ETV Bharat / state

‘ଫନି’ ବେଳେ ଅବହେଳା କରି ନିଲମ୍ବିତ ହେଲେ 3 ସରକାରୀ ବାବୁ

କର୍ତ୍ତବ୍ୟରୁ ଅବହେଳା କରିବା ପଡିଲା ମହଙ୍ଗା । ଚାକିରୀରୁ ନିଲମ୍ବିତ ହେଲେ 3 ସରକାରୀ କର୍ମଚାରୀ ।

author img

By

Published : May 5, 2019, 9:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ନିଜ କାର୍ତ୍ତବ୍ୟକୁ ଅବହେଳା କରିବା ପଡିଲା ମହଙ୍ଗା । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ୨୯ ତାରିଖ ଠାରୁ ସରକାର ସମସ୍ତ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରିଥିଲେ । ଯେଉଁ ମାନେ ଛୁଟିରେ ଥିଲେ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଅଣଦେଖା କରିଥିଲେ କେନ୍ଦ୍ରାପଡା ଜିଲ୍ଲାର ତିନିଜଣ ସରକାରୀ କର୍ମଚାରୀ । ଯାହା ଫଳରେ ସେମାନଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପ୍ରୋଗ୍ରାମ ଅଫିସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର କ୍ଲର୍କ ଶତ୍ରୁଘ୍ନ ସାହୁ ଓ ନିର୍ବାଚନ ବିଭାଗର ପିଅନ ଭାବରେ କାର୍ଯ୍ୟରତ ଥିବା ମଙ୍ଗୁଳି ଚରଣ ମହାନ୍ତିଙ୍କୁ ଆଜି ନିଲମ୍ବନ କରାଯାଇଛି । ଜିଲ୍ଲାପାଳ ଦାଶରଥି ଶତପଥୀ ଆଜି ସନ୍ଧ୍ୟାରେ ସେମାନଙ୍କୁ ନିଲମ୍ବନ କରିଥିବା ଜିଲ୍ଲା ସୂଚନା ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.