ETV Bharat / state

ଜାମିନରେ ମୁକୁଲିଲେ 23 ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସଦସ୍ୟ - 23 member of kharasrota movement released

କେନ୍ଦ୍ରାପଡ଼ା ଉପକାରଗାରରୁ ମୁକୁଳିଲେ 23 ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସଦସ୍ୟ । ପ୍ରକଳ୍ପସ୍ଥଳରେ ଭଙ୍ଗାରୁଜା ଅଭିଯୋଗରେ ହୋଇଥିଲେ ଗିରଫ । ଜାମିନ ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ...

ଜାମିନରେ ମୁକୁଲିଲେ 23 ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସଦସ୍ୟ

author img

By

Published : Sep 28, 2021, 10:53 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଉପକାରଗାରରୁ ମୁକୁଳିଲେ ଖରସ୍ରୋତା ସଂଗ୍ରାମ ସମିତିର ୨୩ ଜଣ ସଦସ୍ୟ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଭାରିଗଦା ଓ ବରୁଣାଡ଼ିହା ପଞ୍ଚାୟତର ଶହଶହ ସଂଗ୍ରାମୀ ଗତ ଅଗଷ୍ଟ ୧୨ତାରିଖ ଦିନ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପସ୍ଥଳରେ ପହଞ୍ଚି କମ୍ପାନୀର ବିଭିନ୍ନ ଆସବାବପତ୍ର ଓ ଯନ୍ତ୍ରାଂଶ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା ।

ଜାମିନରେ ମୁକୁଲିଲେ 23 ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସଦସ୍ୟ

ଏନେଇ କମ୍ପାନୀ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ରାଜକନିକା ଥାନାରେ ଏକ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନାମରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ରାଜକନିକା ପୋଲିସ ଅଗଷ୍ଟ ୧୩ ତାରିଖରେ ମଧ୍ୟରାତ୍ରିରେ ସ୍ଥାନୀୟ ଅଞ୍ଚଳରେ ଘରେ ପଶି ୨୪ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା।

ତେବେ ପୋଲିସ ଗିରଫ କରିଥିବା ବ୍ୟକ୍ତିମାନେ ଘଟଣାସ୍ଥଳରେ ନଥିବା ସହ ଶାସକ ଦଳର ସମର୍ଥକମାନେ ଏହି ଭଙ୍ଗରୁଜା କରିଥିବା ଅଭିଯୋଗ କରି ଗିରଫ ହୋଇଥିବା ଦାବି କରିବା ସହ ଗିରଫ ନିରୀହ ଲୋକମାନଙ୍କ ଉପରୁ ନିଃସର୍ତ୍ତ ମାମଲା ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲା ଖରୋସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି । ଏହି ଦାବି ନେଇ ଗତ ଅଗଷ୍ଟ ୧୫ ତାରିଖରୁ ଏପର୍ଯ୍ୟନ୍ତ ସ୍ଥାନୀୟ ଅଚ୍ୟୁତପୁର ଠାରେ ସମିତି ପକ୍ଷରୁ ଗଣଧାରଣା ଜାରି ରହିଛି।

ତେବେ ଗତକାଲି (ସୋମବାର) ଉଚ୍ଚ ନ୍ୟାୟାଳୟ ୨୩ ଜଣଙ୍କ ଜାମିନ ମଞ୍ଜୁର କରିଥିବାବେଳେ ଆଜି କେନ୍ଦ୍ରାପଡ଼ା ଉପକାରଗାରରୁ ସେମାନଙ୍କ ମୁକ୍ତ କରାଯାଇଛି । ସଦସ୍ୟମାନେ ଜେଲରୁ ମୁକ୍ତ ହେବା ପରେ ବାଜାବାଣ ରୋଷଣୀ ମାଧ୍ୟମରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା।

ଆଜି ମୁକ୍ତ ହୋଇଥିବା ଖରୋସ୍ରୋତା ବଞ୍ଚାଓ ସଂଗ୍ରାମ ସମିତିର ସଦସ୍ୟ ତଥା ଜିଲ୍ଲା ବିଜେପି ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମର୍ଥକ ମାନେ ଶହଶହ ସଂଖ୍ୟାରେ ଆସି ତାଙ୍କୁ ସ୍ବାଗତ କରିଥିଲେ। ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର ହେବ ବୋଲି ସ୍ପଷ୍ଟ କରିଛନ୍ତି କୃଷ୍ଣଚନ୍ଦ୍ର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.