ETV Bharat / state

ନିୟମ ଉଲ୍ଲଙ୍ଘନ କରି ୨ ପୂର୍ବତନ ବିଧାୟକ ଗିରଫ - ନିୟମ ଉଲ୍ଲଙ୍ଘନ କରି ୨ ପୂର୍ବତନ ବିଧାୟକ ଗିରଫ

ନିୟମ ଉଲ୍ଲଙ୍ଘନ କରି କେନ୍ଦ୍ରାପଡାର ୨ ପୂର୍ବତନ ବିଧାୟକ ଗିରଫ । ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ପାଇଁ ସଜବାଜ ହେଉଥିବା ସମୟରେ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ନିୟମ ଉଲ୍ଲଙ୍ଘନ କରି ୨ ପୂର୍ବତନ ବିଧାୟକ ଗିରଫ
ନିୟମ ଉଲ୍ଲଙ୍ଘନ କରି ୨ ପୂର୍ବତନ ବିଧାୟକ ଗିରଫ
author img

By

Published : Aug 10, 2021, 12:19 PM IST

Updated : Aug 10, 2021, 4:28 PM IST

କେନ୍ଦ୍ରାପଡା: କଟକଣା ଉଲ୍ଲଙ୍ଘନ କରି ଗିରଫ ହେଲେ ୨ ପୂର୍ବତନ ବିଧାୟକ । କର୍ଫ୍ଯୁ ଅଞ୍ଚଳରେ ଆନ୍ଦୋଳନ ପ୍ରଦର୍ଶନ କରି ଗିରଫ ହୋଇଛନ୍ତି ୨ ବିଧାୟକ । କେନ୍ଦ୍ରାପଡାର ୨ ପୂର୍ବତନ ବିଧାୟକ ଗିରଫ ହୋଇଥିବା ସୂଚନା ।

ଜିଲ୍ଲାରେ ମେଗା ପାନୀୟଜଳ ପ୍ରକଳ୍ପ କାମ ତ୍ବରାନ୍ବିତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଳି ବ୍ଲକଲ ବାଳକାଟି ଏବଂ ରାଜକନିକା ବ୍ଲକର ଭାରିଗଦା ଓ ବରୁଣାଡିହା ପଞ୍ଚାୟତରେ ୧୪୪ ଧାରା ଜାରି କରାଯାଇଥିଲା । ଆଜି(ମଙ୍ଗଳବାର) ଭୋର ୪ରୁ ଆସନ୍ତା ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ନିୟମ କଡାକଡି କରାଯାଇଛି । ଏହି ପ୍ରକଳ୍ପକୁ ବିରୋଧ କରି ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଏବଂ ଦେବେନ୍ଦ୍ର ନାଥଶର୍ମା ବିକ୍ଷୋଭ ପାଇଁ ସଜବାଜ ହେଉଥିବା ସମୟରେ ପୋଲିସ ଉଭୟଙ୍କୁ ଗିରଫ କରିଛି ।

ତେବେ ଏହି ସ୍ଥାନରେ ୧୪୪ ଧାରା ଜାରି କରାଯିବା ସହ ପାନୀୟ ଜଳ ପ୍ରକଳ୍ପ ହେଉଥିବା ୫୦୦ ମିଟର ପରିଧି ମଧ୍ୟରେ ୪ ରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମକୁ ବାରଣ କରାଯାଇଥିଲା । ଭଦ୍ରକ ଜିଲ୍ଲାକୁ ପାଣି ଯୋଗାଇଦେବା ପାଇଁ ଏହି ପ୍ରକଳ୍ପ ହେଉଛି । ପ୍ରକଳ୍ପ ହେଲେ ଖରସ୍ରୋତା ନଦୀ ଶୁଷ୍କ ହୋଇଯିବା ଅଭିଯୋଗ କରି ଆଳି ଓ ରାଜକନିକା ବ୍ଲକର ହଜାର ହଜାର ଲୋକେ ଏହାକୁ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇ ଉକ୍ତ ସ୍ଥାନରେ କାମ ଆରମ୍ଭ ହୋଇଥିଲା । ଏହିସମୟରେ ଏହାକୁ ବିରୋଧ କରି ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଏବଂ ଦେବେନ୍ଦ୍ର ନାଥଶର୍ମାଙ୍କ ନେତୃତ୍ୱରେ ବିରୋଧ ପାଇଁ ସଜବାଜ ହେଉଥିବା ବେଳେ ଉକ୍ତ ଦୁଇ ପୂର୍ବତନ ବିଧାୟକଙ୍କୁ ପୋଲିସ ଗିରଫ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 10, 2021, 4:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.