ETV Bharat / state

ଯନ୍ତ୍ରଣାରେ ଛଟପଟ ୨୮ ବର୍ଷୀୟା ଯୁବତୀ ଝୁମିତା, ଚାରି କାନ୍ଥ ଭିତରେ କଟୁଛି ଦିନ

author img

By

Published : May 6, 2022, 5:11 PM IST

Updated : May 6, 2022, 5:28 PM IST

ଅସହ୍ୟ ଯନ୍ତ୍ରଣାରେ ଛଟପଟ କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳର ୨୮ ବର୍ଷ ଯୁବତୀ ଝୁମିତା ମାଝୀ । ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଚାରି କାନ୍ଥରେ କଟୁଛି ତାଙ୍କ ଯୁବାବସ୍ଥା । ଅଧିକ ପଢନ୍ତୁ

ଯନ୍ତ୍ରଣାରେ ଛଟପଟ ୨୮ ବର୍ଷ ଯୁବତୀ ଝୁମିତା, ଚାରି କାନ୍ଥରେ କଟୁଛି ଯୁବାବସ୍ଥା

ଫୁଲବାଣୀ: ଯନ୍ତ୍ରଣାରେ ଛଟପଟ ୨୮ ବର୍ଷ ଯୁବତୀ ଝୁମିତା ମାଝୀ । ରୋଗାଗ୍ରସ୍ତ ହେବା ପରେ ଯୁବାବସ୍ଥାରେ ଘରେ ୪ କାନ୍ଥ ମଧ୍ୟରେ ବିତୁଛି ଜୀବନ । ଖେଳକୁଦ ବୟସରୁ ସେ ରୋଗରେ ପୀଡିତ ହୋଇଛନ୍ତି । ବାମ ଗୋଡ଼ ଧୀରେ ଧୀରେ ଫୁଲିବା ସହିତ ଗୋଡ଼ରେ ମାଂସ ବୃଦ୍ଧି ପାଉଥିବା ବେଳେ ଡାହାଣ ଗୋଡ ମଧ୍ୟ ଫୁଲିବା ଆରମ୍ଭ କଲାଣି । ହେଲେ ପରିବାର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏପରି ସ୍ଥିତିରେ ସେ ସରକାରୀ ସହାୟତା ଲୋଡ଼ିଛନ୍ତି ।

ଯନ୍ତ୍ରଣାରେ ଛଟପଟ ୨୮ ବର୍ଷୀୟା ଯୁବତୀ ଝୁମିତା, ଚାରି କାନ୍ଥ ଭିତରେ କଟୁଛି ଦିନ

ଝୁମିତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ମୂଲ ଲାଗିଲେ ତାଙ୍କ ପରିବାର ପ୍ରତିପୋଷଣ ହୁଏ । ପାଖରେ ଯାହା ଟଙ୍କା ଥିଲା ମେଡ଼ିକାଲ ଖର୍ଚ୍ଚରେ ସରିଯାଇଛି । ଡାକ୍ତର ତାଙ୍କୁ ଅପରେସନ ପାଇଁ କହୁଥିବା ବେଳେ ପରିବାର ପକ୍ଷରୁ ଅର୍ଥ ଯୋଗାଡ଼ ମଧ୍ୟ ସମ୍ଭବ ହେଉନାହିଁ । ଫଳରେ ଘରେ ପଡ଼ି ରହିବାକୁ ବାଧ୍ୟ ହେଉଛନ୍ତି ଝୁମିତା । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚାଲିବା ଉଠିବା ବି କଷ୍ଟସାଧ୍ୟ ହୋଇପଡ଼ିଛି । ଗୋଟିଏ ସ୍ଥାନରେ ହିଁ ସେ ଶୋଇ ରହୁଛନ୍ତି । ନିତ୍ୟ କର୍ମ ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ସବୁକିଛି ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି।

ଝୁମିତାଙ୍କ ପାଇଁ ଜୀବନ ଏକ ପ୍ରକାର ଦୁର୍ବିସହ ହୋଇପଡ଼ିଛି । ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରି ଏଭଳି ଦୁଃଖଦ ଜୀବନ ବିତାଉଛନ୍ତି ଝୁମିତା । ଦୀର୍ଘ ଦିନରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ବୃଦ୍ଧା ମାଆ ଓ ବଡ଼ ଭାଇଙ୍କ ପରିବାର ସହ ରହୁଛନ୍ତି । କୌଣସି କାରଣରୁ ଆଧାର କାର୍ଡ଼ ମଧ୍ୟ ନାହିଁ, ଏପଟେ ରାସନ କାର୍ଡ଼ରୁ ଟଙ୍କିକିଆ ଚାଉଳ ବି ପାଉନାହାନ୍ତି ସେ । କେବଳ ୫୦୦ ଟଙ୍କା ଭତ୍ତା ପାଉଛନ୍ତି । ଟଙ୍କା ଅଭାବରୁ ଚିକିତ୍ସା କରାଇପାରୁନଥିବା ବେଳେ ଏବେ ସରକାରୀ ସହାୟତା ଅପେକ୍ଷାରେ ପରିବାର ।

ଏଣୁ ଯଥା ଶୀଘ୍ର ଝୁମିତାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ତଥା ଅଞ୍ଚଳବାସୀ ସରକାରଙ୍କୁ ନିବେଦନ କରିଛନ୍ତି । ଖବର ପାଇ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଝୁମିତାଙ୍କ ସମସ୍ୟା ବିଷୟରେ ପଚାରି ବୁଝିବା ସହ ରାସନ ଚାଉଳ ଓ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସା ହେଉଥିବା ବେଳେ ଅଧିକା ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି । ଯଥାଶୀଘ୍ର ସରକାରୀ ସହାୟତା ଆବଶ୍ୟକ ଥିବା ଜଣାପଡ଼ିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : May 6, 2022, 5:28 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.