ETV Bharat / state

Panchayat Election: ସରପଞ୍ଚ ପ୍ରାର୍ଥୀରେ ଠିଆ ହେଲେ ଯୁବ ଇଞ୍ଜିନିୟର - ନିର୍ବାଚନ ମୈଦାନରେ ସିଭିଲ ଇଞ୍ଜିନିୟର

ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମୈଦାନକୁ ଓହ୍ଲାଇଛନ୍ତି । କନ୍ଧମାଳ ଗଞ୍ଜୁଗୁଡ଼ା ଜିଲ୍ଲାରେ ଜଣେ ଯୁବ ଇଞ୍ଜିନିୟର ନିର୍ବାଚନ ଲଢି ଚର୍ଚ୍ଚାକୁ ଆସିଛନ୍ତି । ଅଧିକ ପଢନ୍ତୁ

Panchayat Election: ସରପଞ୍ଚ ପ୍ରାର୍ଥୀରେ ଠିଆ ହେଲେ ଯୁବ ଇଞ୍ଜିନିୟର

author img

By

Published : Jan 30, 2022, 5:52 PM IST

ଫୁଲବାଣୀ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସହିତ ଯାଞ୍ଚ ବି ସରିଛି । କିନ୍ତୁ ଚଳିତ ବର୍ଷ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ ଯୁବକ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ଏହି ଉଚ୍ଚ ଶିକ୍ଷିତଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଗଞ୍ଜୁଗୁଡ଼ା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ଲଢୁଛନ୍ତି ଜଣେ ଇଞ୍ଜିନିୟର ଯୁବକ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।

Panchayat Election: ସରପଞ୍ଚ ପ୍ରାର୍ଥୀରେ ଠିଆ ହେଲେ ଯୁବ ଇଞ୍ଜିନିୟର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କନ୍ଧମାଳ ଜିଲ୍ଲାରେ ଶିକ୍ଷିତ ଯୁବକ ରାଜନୀତିକୁ ଆସିବା ଏକ ଶୁଭ ସଂକେତ । ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତର ସିଭିଲ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିବା ଯୁବକ ଗୋଲକ କହଁର ଏବେ ଉକ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିବା ଗୋଲକ ଏକ ବେସରକାରୀ ବୈଷୟିକ ଅନୁଷ୍ଠାନରେ ବିଟେକ୍ ଡିଗ୍ରୀ ହାସଲ କରିଥିଲା ।

ଏହା ପରେ ଚାକିରୀ ପଛରେ ନ ଗୋଡ଼ାଇ ନିଜ ଗ୍ରାମରେ କୃଷି ଓ ସାମାଜିକ ସେବାରେ ନିଜକୁ ନିୟୋଜିତ କରିଥିଲେ । ବର୍ତ୍ତମାନ ସେ ଗ୍ରାମରେ ଉଚ୍ଚ ଶିକ୍ଷିତ ହୋଇଥିବାରୁ ଗ୍ରାମବାସୀଙ୍କ ଇଚ୍ଛାରେ ନିଜ ପଞ୍ଚାୟତର ଉନ୍ନତି ପାଇଁ ରାଜନୀତି ମୈଦାନକୁ ଓହ୍ଲାଇଥିବା କହିଛନ୍ତି ଗୋଲକ । ଏବେ ସେ ନିର୍ବାଚନରେ ବିଜୟ ହାସଲ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.