ETV Bharat / state

World Disability Day: ନିପୀଡିତ ପାଳିଲା ଭିନ୍ନକ୍ଷମ ଦିବସ - world disability day celebrate in kandhamal

ଫୁଲବାଣୀର ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନୀପିଡିତ’ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

world disability day: ନୀପିଡିତ ପକ୍ଷରୁ ଫୁଲବାଣୀରେ ପାଳିତ

author img

By

Published : Dec 3, 2021, 10:42 PM IST

ଫୁଲବାଣୀ: ଫୁଲବାଣୀର ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିପୀଡିତ’ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସ୍ୱେଚ୍ଛାସେବୀ ମହାସଂଘର ଆବାହକ ଭାବରେ ଅଶୋକ କୁମାର ପରିଡା ଯୋଗ ଦେଇଥିଲେ । ସେ ଭିନ୍ନକ୍ଷମ ପିଲାମାନଙ୍କୁ ସେମାନଙ୍କର ଆବଶ୍ୟକତା ଉପରେ ଅଭିଭାବକ କିମ୍ବା ସେମାନଙ୍କ ଦାୟିତ୍ୱ ନେଇଥିବା ଅନୁଷ୍ଠାନର କର୍ମଚାରୀ ମାନେ ଧ୍ୟାନଦେବା ଉପରେ ବକ୍ତବ୍ୟ ଦେଇଥିଲେ ।

world disability day: ନୀପିଡିତ ପକ୍ଷରୁ ଫୁଲବାଣୀରେ ପାଳିତ

ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପ୍ରେସ କ୍ଳବର ସମ୍ପାଦକ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ ଭିନ୍ନକ୍ଷମ ପିଲା ମାନଙ୍କର ମାନସିକ ଉନ୍ନତି ପାଇଁ ସେମାନେ ଯେଉଁ ଦିଗରେ ଆଗ୍ରହୀ ଥିବେ ସେମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବାର ଆବଶ୍ୟକତାକୁ ଜୋର ଦେବା ଦରକାର ବୋଲି କହିଥିଲେ ।

ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅଧିକାରୀ ଅକ୍ଷୟ କୁମାର ପଣ୍ଡା ପିଲାଙ୍କର ଦୈନନ୍ଦିନ ଗତିବିଧି ଉପରେ ନଜର ରଖିବା ସହିତ ସେମାନଙ୍କର ଶାରୀରିକ ଏବଂ ମାନସିକ ଉନ୍ନତି ପାଇଁ ପ୍ରଥମରୁ ହିଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଇବା ଦରକାର ବୋଲି କହିଥିଲେ । ଫୁଲବାଣୀ ଡାକ୍ତରଖାନାରେ ଅବସ୍ଥାପିତ ଥିବା ଫିଜିଓଥେରାପିଷ୍ଟ ସୁଶ୍ରୀ ସଶ୍ମିତା ରାଉଳ ପିଲାମାନଙ୍କୁ ଚିକିତ୍ସା କରାଇବାକୁ ବିଭିନ୍ନ ପ୍ରକାରର ଅନ୍ଧ ବିଶ୍ୱାସର ବସବର୍ତ୍ତି ନହୋଇ ପ୍ରାଥମିକ ସ୍ତରରେ ହିଁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ବୋଲି କହିଥିଲେ ।

ଉପସ୍ଥିତ ଅତିଥିମାନେ ନିଜନିଜର ଅଭିଭାବକଙ୍କ ସହିତ ଅସିଥିବା ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ କରାଯାଇଥିବା ପ୍ରତିଯୋଗିତାର କୃତୀ ପ୍ରତୀଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ନାଚଗୀତ ମାଧ୍ୟମରେ ସେମାନଙ୍କ ମନୋରଞ୍ଜନ ମଧ୍ୟ କରାଯାଇଥିଲା । ଫଳରେ ସେମାନେ ଆନନ୍ଦରେ ନାଚଗୀତର ଆନନ୍ଦ ନେଇଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.