ETV Bharat / state

ECଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନର ଅଣଦେଖା, ନିର୍ବାଚନ ନିଷ୍ପତ୍ତିକୁ ଗାଁଲୋକଙ୍କ ବିରୋଧ - ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନର ଅଣଦେଖା

ଆଉ କିଛି ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ଉଠିଲାଣି ପଡିଲାଣି ଗାଁ ଗଣ୍ଡା । କନ୍ଧମାଳ ଜିଲ୍ଲାର ଏକ ପଞ୍ଚାୟତରେ ନିର୍ବାଚନ ନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ମାତ୍ର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକୁ ଅଣଦେଖା କରି ସେଠାରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକୁ ବିରୋଧ କରିଛନ୍ତି କିଛି ଗ୍ରାମବାସୀ । ଅଧିକ ପଢନ୍ତୁ

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନର ଅଣଦେଖା ଅଭିଯୋଗ

author img

By

Published : Feb 3, 2022, 7:23 AM IST

ଫୁଲବାଣୀ: ଆଉ କିଛି ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ଉଠିଲାଣି ପଡିଲାଣି ଗାଁ ଗଣ୍ଡା । ଭୋଟରଙ୍କ ମନ ଜିଣିବାକୁ ଆରମ୍ଭ ହୋଇଗଲାଣି ପ୍ରାର୍ଥୀଙ୍କ ରଣନୀତି । ଏହାରି ଭିତରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ ଅଣଦେଖା କରିବା ଅଭିଯୋଗ ସାମ୍ନାକୁ ଆସିଛି। କନ୍ଧମାଳ ଜିଲ୍ଲାର କିଛି ପଞ୍ଚାୟତରେ ନିର୍ବାଚନ ନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ମାତ୍ର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକୁ ଅଣଦେଖା କରି ସେଠାରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକୁ ବିରୋଧ କରିଛନ୍ତି କିଛି ଗ୍ରାମବାସୀ ।

ସୂଚନାଅନୁସାରେ, ଜିଲ୍ଲା ଜିରିଡିଗିଆ ପଞ୍ଚାୟତରେ କିଛି ୱାର୍ଡ ମିଶ୍ରଣ ପାଇଁ ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରଧୀନ ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସେହି ପଞ୍ଚାୟତରେ ନିର୍ବାଚନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ଉକ୍ତ ପଞ୍ଚାୟତରେ ନିର୍ବାଚନ କରୁଛନ୍ତି । ଯାହାକୁ 15ଟି ଗ୍ରାମର ଲୋକମାନେ ବିରୋଧ କରିଛନ୍ତି । ଏହା ସହିତ ଜିଲ୍ଲାପାଳଙ୍କୁ ପୁନର୍ବାର ଦାବି ପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ କହିବା କଥା ଉକ୍ତ ଗ୍ରାମଠୁ ପଞ୍ଚାୟତର ଦୂରତା 10 ରୁ 15 କିଲୋମିଟର । ଦୁଇରୁ ତିନୋଟି ପାହାଡ଼ ଡେଇ ପାଦରେ ଚାଲି ଚାଲି ଗଲେ ପଞ୍ଚାୟତରେ ପହଁଞ୍ଚିବାକୁ ପଡେ । ଭତ୍ତା, ଚାଉଳ ନେବାକୁ ବୃଦ୍ଧା, ବୃଦ୍ଧମାନଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡେ । ଜିଲ୍ଲା ପ୍ରଶାସନ ନିର୍ବାଚନ କମିଶନ ଓ ଉଚ୍ଚ ନାୟାଳୟର ନିର୍ଦ୍ଦେଶକୁ ମାନି ନିର୍ବାଚନକୁ ବନ୍ଦ କରିବାକୁ ଦାବି କରିଛନ୍ତି 15ଟି ଗ୍ରାମର ଗ୍ରାମବାସୀ।

କନ୍ଧମାଳକୁ ସଞ୍ଜୟ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.