ETV Bharat / state

ଫିରିଙ୍ଗିଆ ଥାନା ପୋଡି ଘଟଣା: ୧୯ ଗିରଫ, ରମେଶ ପ୍ରଧାନ ନୂଆ IIC - ଫିରିଙ୍ଗିଆ ଥାନା ପୋଡି ଘଟଣାରେ 16 ଅଟକ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣାରେ 19 ଜଣଙ୍କୁ ଗିରଫ ରଖିଛି ପୋଲିସ । ଫିଙ୍ଗିରିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ବଦଳରେ ରମେଶ ପ୍ରଧାନଙ୍କୁ ମିଳିଲା ଆଇଆଇସି ଦାୟିତ୍ବ । ଅଧିକ ପଢ଼ନ୍ତୁ

phiringia police station arson case
ଫିରିଙ୍ଗିଆ ଥାନା ପୋଡି ଘଟଣା
author img

By

Published : Aug 6, 2023, 8:28 PM IST

Updated : Aug 6, 2023, 8:50 PM IST

ଫିରିଙ୍ଗିଆ ଥାନା ପୋଡି ଘଟଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣାରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ଫିଙ୍ଗିରିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି 2 ହୋମଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତପନ କୁମାର ନାହାକଙ୍କ ବଦଳରେ ରମେଶ ପ୍ରଧାନ ହେଲେ ନୂଆ ଆଇଆଇସି । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ 19 ଜଣଙ୍କୁ ଗିରଫ ରଖିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି ।

ଉତ୍ୟକ୍ତ ଲୋକଙ୍କ ଆକ୍ରମଣ ଯୋଗୁଁ ଥାନାର 70ରୁ 80 ପ୍ରତିଶତ ପୋଡି କ୍ଷତି ହୋଇଥିବା ବେଳେ ତାହାକୁ ପୁଣି ଥରେ କିପରି କାର୍ଯ୍ୟକ୍ଷମ କରାଯିବ ସେନେଇ ପୋଲିସ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପୋଲିସ ଉପରେ ସ୍ଥାନୀୟ ଲୋକଙ୍କ ଯେଉଁ ଅଭିଯୋଗ ରହିଛି ତାହା ଉପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପୋଲିସର ଗିରଫଦାରୀ ମଧ୍ଯ ଆଗକୁ ଜାରି ରହିବ ବୋଲି କୁହାଯାଇଛି । ଘଟଣାର ମୁଖ୍ଯ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସ ଉପରେ ଜନତାଙ୍କ ଆକ୍ରୋଶ; ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଥାନା ପୋଡି ଘଟଣାରେ ପୋଲିସ 38ରୁ 40 ଜଣଙ୍କୁ ଚିହ୍ନଟ କରିଥିବା ବେଳେ ଆଉ 21 ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପୋଲିସକୁ ମିଳିଥିବା ଭିଡିଓରୁ ବହୁ ବ୍ଯକ୍ତିଙ୍କୁ ଚିହ୍ନଟ କରାଯାଉଛି । ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ କରାଯାଉଥିବା ଅଭିଯୋଗକୁ ମଧ୍ଯ ପୋଲିସ ଗୁରୁତର ସହ ନେଇଛି । ଘଟଣାର ପୂର୍ବରୁ ଏନେଇ କୌଣସି ଅଭିଯୋଗ କେହି କରି ନଥିବା କିମ୍ୱା ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଯାଇନଥିବା ଏସ୍‌ପି କହିଛନ୍ତି । ଆରକ୍ଷୀ ଅଧିକ୍ଷକ କହିଛନ୍ତି, "ଘଟଣା ସମୟରେ ପୋଲିସ ଫୋର୍ସ ଉପସ୍ଥିତ ଥିବା ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ ଥାନାକୁ ପୋଡ଼ିବା ଏହା ମୁଖ୍ଯ ଅଭିଯୁକ୍ତର ପୂର୍ବରୁ ଉଦ୍ଦେଶ୍ୟ ଥିବା ଜଣାପଡ଼ିଛି । ଯେଉଁ ଅଞ୍ଚଳ ଲୋକେ ଆନ୍ଦୋଳନ ସ୍ଥଳକୁ ଆସି ଏପରି କାଣ୍ଡ ଘଟାଇଲେ ସେହି ଗ୍ରାମମାନଙ୍କରେ ସ୍ଥାନୀୟ ପୋଲିସ ଅନେକ ଥର ଚଢ଼ାଉ କରି ବହୁ ପରିମାଣର ଗଞ୍ଜେଇ ଜବତ କରିଛି । କେବଳ ଚଳିତବର୍ଷ କନ୍ଧମାଳ ଜିଲ୍ଲାରୁ ହିଁ 30 ଟନ୍‌ ଗଞ୍ଜେଇ ଜବତ ହୋଇଥିବା ବେଳେ ଫିରିଙ୍ଗିଆ ଥାନା ଅଞ୍ଚଳରେ କେବଳ 10 ଟନ୍ ଗଞ୍ଜେଇ ଜବତ ହୋଇଥିଲା । ପୂର୍ବରୁ ପ୍ରତ୍ୟେକ ବର୍ଷ 2ରୁ 3 ଟନ୍‌ ଗଞ୍ଜେଇ ଜବତ ହେଉଥିଲା । ହେଲେ ଚଳିତ ବର୍ଷ ବହୁ ପରିମାଣରେ ଗଞ୍ଜେଇ ଜବତ ହେବା ଯୋଗୁଁ ଏହାକୁ ନେଇ ସ୍ଥାନୀୟ ବିଭିନ୍ନ ଗ୍ରାମାଞ୍ଚଳରେ ବାସିନ୍ଦାଙ୍କ ଉପରେ ଏକ ପ୍ରକାର ଚାପ ପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି ।"

ସେପଟେ ଉତ୍ୟକ୍ତ ଲୋକେ ପୋଲିସ ଉପରେ ଆକ୍ରମଣ କରିଥିବା ବେଳେ କିଛି ପୋଲିସ ଅଧିକାରୀ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ଯରୁ ପୋଲିସ ଏସ୍.ଆଇ ବିକାଶ ଜାଲିଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ଯାପକ ପୋଲିସ ମୁତୟନ ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 6, 2023, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.