ETV Bharat / state

କନ୍ଧମାଳରେ ଲଜ୍ଜା, 2 ଛାତ୍ରୀ ଗର୍ଭବତୀ - ମାମଲା ରୁଜୁ

କନ୍ଧମାଳ ଜିଲ୍ଲାରେ ନବମ ଶ୍ରେଣୀ ସ୍କୁଲ ଖୋଲିବା ପରେ ଦୁଇ ବିଦ୍ୟାଳୟ ହଷ୍ଟେଲରୁ ଦୁଇଜଣ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି। ଏନେଇ ପ୍ରଧାନଶିକ୍ଷକଙ୍କ ଏତଲା ପରେ ଦୁଇଟି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି।

ନବମ ଶ୍ରେଣୀ ଛାତ୍ରୀ ହେଲେ 2 ମାସର ଗର୍ଭବତୀ
ନବମ ଶ୍ରେଣୀ ଛାତ୍ରୀ ହେଲେ 2 ମାସର ଗର୍ଭବତୀ
author img

By

Published : Feb 11, 2021, 12:47 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଜ୍ଜା। କୋଭିଡ କଟକଣା ପରେ ଧିରେ ଧିରେ ରାଜ୍ୟର ସ୍କୁଲ ଖୋଲୁଥିବାରୁ ବିଦ୍ୟାଳୟ ହଷ୍ଟେଲ ଗୁଡିକ ମଧ୍ୟ ଖୋଲିଛି । କନ୍ଧମାଳ ଜିଲ୍ଲାରେ ନବମ ଶ୍ରେଣୀ ସ୍କୁଲ ଖୋଲିବା ପରେ ଦୁଇ ବିଦ୍ୟାଳୟ ହଷ୍ଟେଲରୁ ଦୁଇଜଣ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି। ଏନେଇ ପ୍ରଧାନଶିକ୍ଷକଙ୍କ ଏତଲା ପରେ ଦୁଇଟି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ନବମ ଶ୍ରେଣୀ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ହଷ୍ଟେଲକୁ ଆସୁଛନ୍ତି। ଆସିବା ପରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହି ସମୟରେ ରାଇକିଆ ଥାନା ଅଞ୍ଚଳର ଜଣେ ଛାତ୍ରୀ ୨ ମାସର ଗର୍ଭବତୀ ଥିବା ଜଣାପଡିବା ପରେ ପ୍ରଧାନଶିକ୍ଷକ ଥାନାରେ ଏତଲା ଦେଇଛନ୍ତି।

ଥାନାରେ ଆଇପିସିର ଧାରା, ପୋକ୍ସୋ ଆଇନର ଧାରା ଅନୁସାରେ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତ ମଧ୍ୟ ନାବାଳକ ବୋଲି କହିଛନ୍ତି ପୁଲିସ ଅଧିକାରୀ। ସେହିପରି ଫିରିଙ୍ଗିଆ ଥାନା ଅଧୀନର ଏକ ସ୍କୁଲରେ ମଧ୍ୟ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିବା ପରେ ଥାନାରେ ମାମଲା ରୁଜୁ ହୋଇଛି।

ଉଭୟଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସମ୍ମୁଖରେ ଉପସ୍ଥିତ କରାଯିବା ପରେ ପରିବାରକୁ ହସ୍ତାନ୍ତର ନିର୍ଦ୍ଦେଶ ଦେଇଛନ୍ତି ସିଡବ୍ଲୁସି ଅଧ୍ୟକ୍ଷ ଅଶୋକ କୁମାର ବେହେରା। ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ପୋଲିସ୍ ତଦନ୍ତ ଜାରି ରଖିଛି। ଜିଲ୍ଲାରେ କିଶୋର ଶିକ୍ଷାକୁ ନେଇ ଅନେକ ଯୋଜନା ଓ ସଚେତନତା ସତ୍ତ୍ବେ ଏପରି ଘଟଣା ବାସ୍ତବତାକୁ ଦର୍ଶାଉଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.