ETV Bharat / state

ଖାକିରେ ଦାଗ, ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ କନେଷ୍ଟବଳ

author img

By

Published : Feb 9, 2021, 9:56 PM IST

ଖାକିରେ ଲାଗିଲା ଦାଗ । ଗଞ୍ଜେଇ ମାଫିଆ ଗ୍ୟାଙ୍ଗରେ ଜଣେ ପୋଲିସକର୍ମୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଅଧିକ ପଡନ୍ତୁ...

ଖାକିରେ ଦାଗ, ଗଞ୍ଜେଇ ଚାଲାଣବେଳେ ଧରାପଡିଲେ କନେଷ୍ଟବଳ

ଫୁଲବାଣୀ: ଖାକିରେ ଲାଗିଲା ଦାଗ । ଗଞ୍ଜେଇ ମାଫିଆ ଗ୍ୟାଙ୍ଗରେ ଜଣେ ପୋଲିସ କର୍ମୀ ସମ୍ପୃକ୍ତ ଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିଶ୍ବମ୍ବର ବେହେରା ଗଞ୍ଜେଇ ମାଫିଆଙ୍କ ସହ ମିଶି ଗଞ୍ଜେଇ ଚାଲାଣ କରୁଥିବାବେଳେ ଫୁଲବାଣୀ ସଦର ଥାନା ପୋଲିସ ତାଙ୍କୁ ଗିରଫ କରିଛି।

ଫୁଲବାଣୀ ସଦର ଥାନା ଅନ୍ତର୍ଗତ ପକନାଗାଁ ଠାରେ ପୁଲିସ ଗୋଟିଏ କାରକୁ ସନ୍ଦେହ କରି ଯାଞ୍ଚ୍ କରିଥିଲା। ଉକ୍ତ କାରଟି କନେଷ୍ଟବଳ ବିଶ୍ବମ୍ବର ବେହେରାଙ୍କ ବୋଲି ଜଣାପଡିଥିଲା । ପରେ ଉକ୍ତ କାରରୁ ୮୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ। ଏହା ସହିତ ପକନାଗାଁର ତାପସ ଦିଗାଲକୁ ମଧ୍ୟ ଗିରଫ କରିଛି ପୋଲିସ। ଗୋଟାଏ କାର ଓ ଗୋଟିଏ ବାଇକ୍ ଜବତ କରାଯାଇଥିବା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଗଞ୍ଜେଇ ଚାଲାଣ, ବେପାର, ଚାଷକୁ ଶାବାଡ କରିବାକୁ ଅନେକ କଥା କହୁଛନ୍ତି। ଜିଲ୍ଲାରେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ସ୍ଵତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏପଟେ ଗଞ୍ଜେଇ ମାଫିଆଙ୍କ ସହ ପୋଲିସର ସମ୍ପର୍କ ଘର ଢିଙ୍କି କୁମ୍ଭୀର ସାଜିଥିବା ଘଟଣା ପରି ଲାଗୁଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.