ETV Bharat / state

ସ୍ବାଧୀନତା ଦିବସରେ ସରକାର ଓ ପ୍ରଶାସନ ଉପରେ କ୍ଷୁବ୍ଧ ଶହୀଦ ପରିବାର

ଦେଶ ପାଇଁ ପ୍ରାଣବଳୀ ଦେଇ ଶହୀଦ ହୋଇଗଲେ ଅନେକ ବୀରପୁତ୍ର । ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାର ସହାୟତା ଯୋଗାଇବାକୁ ମିଳିଲା ଅନେକ ପ୍ରତିଶ୍ରୁତି । କିନ୍ତୁ ଦୀର୍ଘ 15 ବର୍ଷ ପରେ ମଧ୍ୟ ମିଳିପାରିନି ସହାୟତା ।

The family of the martyr
ସ୍ବାଧୀନତା ଦିବସରେ ସରକାର ଓ ପ୍ରଶାସନ ଉପରେ କ୍ଷୁବ୍ଧ ଶହୀଦ ପରିବାର
author img

By

Published : Aug 15, 2020, 12:25 PM IST

ଫୁଲବାଣୀ: ଦେଶ ପାଇଁ ପ୍ରାଣବଳୀ ଦେଇ ଶହୀଦ ହୋଇଗଲେ ଅନେକ ବୀରପୁତ୍ର । ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାର ସହାୟତା ଯୋଗାଇବାକୁ ମିଳିଲା ଅନେକ ପ୍ରତିଶ୍ରୁତି । କିନ୍ତୁ ଦୀର୍ଘ 15 ବର୍ଷ ପରେ ମଧ୍ୟ ମିଳିପାରିନି ସହାୟତା । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କନ୍ଧମାଳର ଶହୀଦ ସଞ୍ଜୀବଙ୍କ ପରିବାର ।

କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଲଢେଇରେ ଶହୀଦ ହୋଇଥିଲେ କନ୍ଧମାଳ ଖଜରୀପଡ଼ା ଦୀମିରିଖୋଲର ସଞ୍ଜୀବ ସାହୁ । 2005 ଅକ୍ଟୋବର ମାସରେ ଶହୀଦ ହୋଇଥିଲେ । ସେ ସମୟରେ ଅନେକ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ ଓ ସରକାର ।

ସ୍ବାଧୀନତା ଦିବସରେ ସରକାର ଓ ପ୍ରଶାସନ ଉପରେ କ୍ଷୁବ୍ଧ ଶହୀଦ ପରିବାର

ଶହୀଦ ଗାଁକୁ ରାସ୍ତା, ପ୍ରତିମୂର୍ତ୍ତି, ନାମକରଣ, ଫୁଲବାଣୀରେ ପରିବାରକୁ ଜମି, ଗ୍ୟାସ ସଂଯୋଗ ଇତ୍ୟାଦିର ମିଳିଥିଲା ପ୍ରତିଶ୍ରୁତି । କିନ୍ତୁ ଏବେବି ଅନେକ ସ୍ବପ୍ନ ଅଧୁରା । ଆଜି ଦେଶ 74ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବୀର ପୁଅକୁ ଝୁରୁଛନ୍ତି ପରିବାର ଲୋକେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.