ETV Bharat / state

କନ୍ଧମାଳରେ ମାଟ୍ରିକ ଫଳ ନୈରାଶ୍ୟଜନକ - କନ୍ଧମାଳ

ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଫଳ ନୈରାଶ୍ୟଜନକ ହୋଇଛି  । ମାତ୍ର 58.80 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରାଜ୍ୟର ଦ୍ବିତୀୟ ସର୍ବନିମ୍ନ ପ୍ରତିଶତ ପାସ୍‌ହାର ରହିଛି କନ୍ଧମାଳ ଜିଲ୍ଲାରେ  ।

ଫଟୋ ସୌଜନ୍ୟ: କନ୍ଧମାଳ, ସମ୍ବାଦଦାତା
author img

By

Published : May 21, 2019, 9:51 PM IST

ଫୁଲବାଣୀ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ରାଜ୍ୟରେ ସର୍ବାଧିକ ପାସହାର ଝାରସୁଗୁଡାରେ ରହିଥିବା ବେଳେ କୋରାପୁଟରେ ପାସ୍‌ହାର ସର୍ବନିମ୍ନ ରହିଛି । ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ପରୀକ୍ଷା ଫଳ ନୈରାଶ୍ୟଜନକ ହୋଇଛି ।

ଭିଡିଓ ସୌଜନ୍ୟ: କନ୍ଧମାଳ, ସମ୍ବାଦଦାତା

ଜିଲ୍ଲାରେ ପାସ୍‌ହାର ମାତ୍ର 58.80 ପ୍ରତିଶତ ରହିଛି । ରାଜ୍ୟରେ ଦ୍ବିତୀୟ ସର୍ବନିମ୍ନ ପ୍ରତିଶତ ପାସହାର ରହିଛି କନ୍ଧମାଳ ଜିଲ୍ଲାରେ । ଏଠାରେ ମାତ୍ର ଦୁଇ ଜଣ ଛାତ୍ର ଏ-1 ଗ୍ରେଡ ପାଇଛନ୍ତି । ବାଲିଗୁଡା ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ଭରତ ପାଣିଗ୍ରାହୀ ଜିଲ୍ଲାରେ ପ୍ରଥମ ହୋଇଥିବା ବେଳେ ଘୁ.ଉଦୟଗିରି ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ସାହିଲ କୁମାର ପଣ୍ଡା ଦ୍ବିତୀୟ ହୋଇଛନ୍ତି ।

ଆହୁରି ପଢନ୍ତୁ:ମାଟ୍ରିକ ରେଜଲ୍ଟ: ପାସ୍‌ ହାର ସନ୍ତୋଷଜନକ କହିଲେ ସଚିବ

ଜିଲ୍ଲାରେ ମୋଟ୍ 10131 ଛାତ୍ରଙ୍କ ମଧ୍ୟରୁ 5856 ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏଠାରେ ମଧ୍ୟ ଝିଅଙ୍କ ପାସ୍‌ହାର ପୁଅଙ୍କ ଠାରୁ ଅଧକ ରହିଛି। ଜିଲ୍ଲାରେ 2509 ଜଣ ଛାତ୍ର ପାସ୍ କରିଥିବା ବେଳେ 3347 ଜଣ ଛାତ୍ରୀ ପାସ୍ କରିଛନ୍ତି । ଗତବର୍ଷ ଜିଲ୍ଲାରେ ପାସ୍‌ହାର 77.78 ପ୍ରତିଶତ ରହିଥିଲା । ତେବେ ମଙ୍ଗଳ ବିଭାଗ ସ୍କୁଲର 72.64 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ରହିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.