ETV Bharat / state

ସରିଲା ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା, ବାଜି ମାରିଲା ରେଳବାଇ ଟିମ - railway team champion

ରାଜ୍ୟସ୍ତରୀୟ ଭଳିବଲ ପ୍ରତିଯୋଗିତା ଉଦଯାପିତ ହୋଇଛି । ମ୍ୟାଚରେ ରେଳବାଇ ପୋଲିସ ଚମ୍ପିୟାନ ଓ ଭଦ୍ରକ ଦଳ ରନରର୍ସ ଅଫ ହୋଇଛି । ଗତ11 ତାରିଖରେ କନ୍ଧମାଳରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ଭଳିବଲ ପ୍ରତିଯୋଗିତା ଉଦଯାପିତ
ରାଜ୍ୟସ୍ତରୀୟ ଭଳିବଲ ପ୍ରତିଯୋଗିତା ଉଦଯାପିତ
author img

By

Published : Nov 15, 2021, 9:03 AM IST

ଫୁଲବାଣୀ: ରାଜ୍ୟସ୍ତରୀୟ ଭଳିବଲ ପ୍ରତିଯୋଗିତା ଉଦଯାପିତ ହୋଇଛି । ମ୍ୟାଚରେ ରେଳବାଇ ପୋଲିସ ଚମ୍ପିୟାନ ଓ ଭଦ୍ରକ ଦଳ ରନରର୍ସଅପ ହୋଇଛି । ଗତ 11 ତାରିଖରେ କନ୍ଧମାଳରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ରେଳବାଇ ଟିମ ଚମ୍ପିୟାନ ହୋଇଥିବା ବେଳେ ଭଦ୍ରକ ଦଳ ରନରର୍ସଅଫ ହୋଇଛି । ଚାଲିଥିବା 69 ଭଲିବଲ ପ୍ରତିଯୋଗିତା କିଟ ଏବଂ କନ୍ଧମାଳ ଜିଲ୍ଲା ସଂଘର ମିଳିତ ଆନୁକୂଲ୍ୟରେ ଅୟୋଜିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡା, ରାଇକିଆ, ଟିକାବାଲି, ଏହିପରି 4ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ରେଲୱେ ଟିମ ଓ ଭଦ୍ରକ ଟିମ ମଧ୍ୟରେ ଫାଇନାଲ ଟକ୍କର ହୋଇଥିଲା । ରେଳବାଇ ଟିମ 2/0 ସେଟରେ ଭଦ୍ରକକୁ ହରାଇ ବିଜୟୀ ହୋଇଥିଲା । ଭଦ୍ରକ ରନରର୍ସଅପ ହୋଇଥିଲା । ବିଜେତା ରେଲୱେ ଟିମକୁ ୨୫ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ରନରର୍ସ ଅପ ଭଦ୍ରକ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ । ତୃତୀୟ ଦଳ ଭାବେ ଚୟନ ହୋଇଥିବା ମୟୂରଭଞ୍ଜ ଦଳକୁ ୧୦ହଜାର ଟଙ୍କା ଏବଂ ଢ଼ାବା ଭଲିବଲ ବାଲିଗୁଡା ଦଳକୁ ୧୦ହଜାର ଟଙ୍କା, ଚକାପାଦ ଦଳକୁ ୮ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

ସେହିପରି ବୌଦ୍ଧ ଜିଲ୍ଲାରେ ଖେଳିଥିବା ମହିଳା ଦଳ ମଧ୍ୟରେ ରେଲୱେ କିଟକୁ ହରାଇ ଚମ୍ପିୟାନ ହୋଇଛି । ଉକ୍ତ ଟୁର୍ଣ୍ଣାମେଣ୍ଚରେ ୩୨ଟି ପୁରୁଷ ଦଳ , ୨୦ ଟି ମହିଳା ଦଳ ଏବଂ ୨୦ ଢ଼ାବା ଭଳିବଲଙ୍କୁ ନେଇ ୭୨ ଟିମ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ ରେଫରି ଭାବେ ଧନଞ୍ଜୟ ତ୍ରିପାଠୀ ଏବଂ ପ୍ରଭାତ ସାହୁ ପରିଚାଳନା କରିଥିବା ବେଳେ ଫୁଲବାଣୀର କେତେକ ଖେଳ ଶିକ୍ଷକ ସହଯୋଗ କରିଥିଲେ । ଶନ୍ତିଶୃଙ୍ଖଳାର ସହ ଖେଳ ପରିଚାଳନା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.