ETV Bharat / state

ସରକାରୀ ଅର୍ଥ ଆତ୍ମସାତ ଘଟଣା; 3 ବର୍ଷ ଜେଲ ସହ 3 ଲକ୍ଷ ଗଣିବେ ପଞ୍ଚାୟତ ସମ୍ପାଦକ - ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ

ସରକାରୀ ଅର୍ଥ ଆତ୍ମସାତ କରିଥିବା ପଞ୍ଚାୟତ ସମ୍ପାଦକଙ୍କୁ ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ । 3 ବର୍ଷ ସଶ୍ରମ କାରାଦଣ୍ଡ ସହ ତିନି ଲକ୍ଷ ଟଙ୍କା ଜୋରିମନା ଦେବାକୁ ନିର୍ଦ୍ଦେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 19, 2019, 9:14 PM IST

ଫୁଲବାଣୀ: ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତର ତତ୍କାଳୀନ ସମ୍ପାଦକ କୃତିବାସ ପଲିଆଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏହାସହିତ ତିନି ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି ଏବଂ ଜୋରିମାନା ଅନଦେୟ ଅତିରିକ୍ତ 6 ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁସାରେ 2009 ମସିହାରେ ପଞ୍ଚାୟତକୁ ଆସିଥିବା ଏସଜିଆରୱାଇ(ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା) ଯୋଜନା ଓ ଜି.ଆର ଯୋଜନାର 401.57 କୁଇଣ୍ଟାଲ ଚାଉଳକୁ ଆତ୍ମସାତ କରିଥିଲେ ପଲିଆ । ଏହା ସହିତ ନେନ୍ଦନ ଗାଁକୁ ବିଦ୍ୟୁତକରଣ ବାବଦକୁ ଆସିଥିବା ପଚାଶ ହଜାର ଟଙ୍କା ମଧ୍ୟ ଆତ୍ମସାତ କରିଥିଲେ। ମୋଟ ଉପରେ 301891 ଟଙ୍କା ହଡପ କରିଥିଲେ ସେକ୍ରେଟାରୀ । ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯିବା ସହିତ ଖୋଳତାଡ କରାଯାଇଥିଲା। ମାମଲାରେ 21 ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ।

ଦଣ୍ଡାଦେଶ ପରେ ଜାମିନରେ ଯାଇଛନ୍ତି ଦୋଷୀ ପଞ୍ଚାୟତ ସେକ୍ରେଟାରୀ । ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସୁରେଶ ମହାପାତ୍ର ପରିଚାଳନା କରୁଥିଲେ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି। ବୌଦ୍ଧ ଜିଲ୍ଲା ଆମ୍ବଝରି ପଞ୍ଚାୟତର ତତ୍କାଳୀନ ସମ୍ପାଦକ କୃତିବାସ ପାଳିଆଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଏହାସହିତ ତିନି ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି ଏବଂ ଜୋରିମାନା ଅନଦେୟ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

Body:କୋର୍ଟ ସୂଚନା ଅନୁସାରେ 2009 ମସିହାରେ ପଞ୍ଚାୟତକୁ ଆସିଥିବା sgry ଯୋଜନା ଓ ଜି ଆର ଯୋଜନାର 401.57 କୁଇଣ୍ଟାଲ ଚାଉଳକୁ ଆତ୍ମସାତ କରିଥିଲେ ଶ୍ରୀ ପଲିଆ । ଏହା ସହିତ ନିନ୍ଦନ ଗାଁକୁ ବିଦ୍ୟୁତକରଣ ବାବଦକୁ ଆସିଥିବା ପଚାସ ହଜାର ଟଙ୍କା ମଧ୍ୟ ଆତ୍ମସାତ କରିଥିଲେ। ମୋଟ ଉପରେ 301891 ଟଙ୍କା ହଡପ କରିଥିଲେ ସେକ୍ରେଟାରୀ । ବ୍ରହ୍ମପୁର ଭିଜିଲାନ୍ସ ତରଫରୁ ମାମଲା ରୁଜୁ କରାଯିବ ସହିତ ଖୋଲତାଡ କରାଯାଇଥିଲା। 21 ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ।

Conclusion:ଦଣ୍ଡାଦେଶ ପରେ ଜାମିନରେ ଯାଇଛନ୍ତି ଦୋଷୀ ପଂଚାୟତ ସେକ୍ରେଟାରୀ । ମାମଲାକୁ ସରକାରଙ୍କ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ସୁରେଶ ମହାପାତ୍ର ପରିଚାଳନା କରୁଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.