ଫୁଲବାଣୀ: ପୁଣି ଲଭ୍ ସେକ୍ସ ଧୋକା । ଏବେ ଡାକ୍ତରାଣୀ ଏହାର ଶିକାର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୀମନବାଡି ମେଡିକାଲର ଜଣେ ଡାକ୍ତରାଣୀଙ୍କୁ ପ୍ରତାରଣା । ପ୍ରେମ ପରେ ସମ୍ପର୍କ ରଖିବା ଏବଂ ଧୋକା ଦେଇ ଫେରାର୍ ହୋଇଛନ୍ତି ମେଡିକାଲର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା ଡାକ୍ତରାଣୀ ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଚାଞ୍ଚଲ୍ୟ । ପ୍ରେମ ପରେ ଧୋକାଦେଇ ଧୋକାବାଜ୍ ପ୍ରେମିକ ଫେରାର୍ । ପୀଡିତା ଦାରିଙ୍ଗବାଡି ଥାନାର ଦ୍ବାରସ୍ଥ । ସୂଚନା ଅନୁସାରେ ଗତ କିଛିଦିନ ଧରି ଦାରିଙ୍ଗବାଡି ବ୍ଲକ୍ ପ୍ରୋଗ୍ରାମ ଅଫିସରଙ୍କ ସହ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରାଣୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ବିବାହର ପ୍ରତିଶୃତି ଦେଇ ସମ୍ପୃକ ବ୍ଲକ ପ୍ରୋଗ୍ରାମ୍ ଅଫିସର(ଅମୂଲ୍ୟ ପାଣିଗ୍ରାହୀ) ଧୋକା ଦେବାରୁ ନ୍ୟାୟପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପିଡୀତା ।
ସେପଟେ ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଅଭିଯୁକ୍ତ ବର୍ତ୍ତମାନ ଫେରାର୍ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଥାନାରେ 105/19ରେ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଡିଏସପି ଡିପିଆର ପଟ୍ଟନାୟକ। ପ୍ରେମ ପ୍ରତାରଣା ନାଁ ଅନ୍ୟ କିଛି ରହିଛି ସେ ଦିଗରେ ସସପେନ୍ସ ଲାଗିରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ