ETV Bharat / state

୧୨ ଦଫା ଦାବିରେ ବିଦ୍ୟାଳୟ ପାଚିକା ସହାୟିକା ସଂଘର ବିକ୍ଷୋଭ - ଫୁଲବାଣୀରେ ପାଚିକା ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଫୁଲବାଣୀ ସହରରେ ବିକ୍ଷୋଭ । ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ସମେତ ୧୨ ଦଫା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ ପାଚିକା ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Jun 14, 2022, 11:18 AM IST

ଫୁଲବାଣୀ: ରାଜ୍ୟ ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଫୁଲବାଣୀ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ସମେତ ୧୨ ଦଫା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହାକୁ ନେଇ ଏକ ଦାବିପତ୍ର ଜିଲ୍ଲା ଶକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।

ବିଭିନ୍ନ ଦାବି ନେଇ ପାଚିକା ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ

ପାଚିକା ସଂଘର ରାଜ୍ୟ ସଭାପତି ବିଷ୍ଣୁ ଦାସଙ୍କ ନେତୃତ୍ବରେ ଜିଲ୍ଲାର ବହୁ ପାଚିକା ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଫୁଲବାଣୀ ବସ୍‌ ଷ୍ଟାଣ୍ଡ ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଶିକ୍ଷା ଅଧିାକରୀଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ବିଭିନ୍ନ ଦାବି ସମ୍ପର୍କିତ ସ୍ଲୋଗାନ ଦେଇଥିଲା ପାଚିକା ସଂଘ ।

ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହ ସଂଘ କର୍ମକର୍ତ୍ତା ଏକ ପ୍ରତିବାଦ ସଭା କରିଥିଲେ । ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ପାଚିକା କର୍ମକର୍ତ୍ତା । ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ସଂଘ ପୁଣି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସଂଘର ରାଜ୍ୟ ସଭାପତି ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.