ETV Bharat / state

ଆରଟିଆଇ କର୍ମୀଙ୍କୁ ମାଡ ଘଟଣା: ରିପୋର୍ଟ ମାଗିଲେ ଏନଏଚଆରସି - କନ୍ଧମାଳ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ସୂଚନା ଅଧିକାର କର୍ମୀ ଜିଆଉଦ୍ଦିନ ଅହମ୍ମଦଙ୍କୁ ବିଜେଡି ନେତା ଓ କର୍ମୀଙ୍କ ମାଡ ମାରିବା ଘଟଣାରେ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ଚାରି ସପ୍ତାହ ମଧ୍ୟରେ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବାକୁ ଜାତୀୟ କମିଶନ୍ କନ୍ଧମାଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ
author img

By

Published : May 8, 2019, 9:36 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ଏପ୍ରିଲ ବାର ତାରିଖରେ ସୂଚନା ଅଧିକାର କର୍ମୀ ଜିଆଉଦ୍ଦିନ ଅହମ୍ମଦଙ୍କୁ ବିଜେଡିର ନେତା ଓ କର୍ମୀ ମାଡ ମାରିବା ଘଟଣାରେ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ଚାରି ସପ୍ତାହ ମଧ୍ୟରେ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବାକୁ ଜାତୀୟ କମିଶନ୍ କନ୍ଧମାଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ଆସନ୍ତା ଜୁନ୍ ଦଶ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ସୂଚନାଯୋଗ୍ୟ ଯେ, ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଲାବଣ୍ୟନଗର ଠାରେ ରାଜ୍ୟ ସୂଚନା ଅଧିକାର ଅଭିଯାନର ଜିଲା ସଂଯୋଜକ ତଥା ସମାଜସେବୀ ଜିଆଉଦ୍ଦିନ ଅହମ୍ମଦ ଓ ସହଯୋଗୀ ମାନେ କନ୍ଧମାଳ ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କ ସମ୍ପର୍କରେ ଲେଖାଥିବା ଏକ ପ୍ରଚାରପତ୍ର ବାଣ୍ଟୁଥିଲେ । ତାଙ୍କ ସହିତ ରାଜ୍ୟ ସୂଚନା ଅଧିକାର ଅଭିଯାନର ରାଜ୍ୟ ସଂଯୋଜକ ପ୍ରଦୀପ ପ୍ରଧାନ ଓ ଅନ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଦଶରୁ ଅଧିକ ବିଜେଡି ନେତା ଓ କର୍ମୀ ପହଞ୍ଚି ଜିଆଉଦ୍ଦିନଙ୍କୁ ଅପହରଣ କରିବା ସହିତ ନିସ୍ତୁକ ମାଡ ମାରିଥିଲେ ।

ପେଟ୍ରୋଲିଂ କରୁଥିବା ଷ୍ଟାଟିକ୍ ସର୍ଭେଲେନସ୍ ଟିମ୍ ଖବର ପାଇ ପହଞ୍ଚି ଜିଆଉଦ୍ଦିନ ଓ ଅନ୍ୟ ମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ପର ଦିନ ତୁମୁଡିବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ରହିଥିଲା ବେଳେ ତେର ତାରିଖ ସନ୍ଧ୍ୟାରେ ପୋଲିସ ସେମାନଙ୍କୁ ଥାନାରୁ ଛାଡିଥିଲା । କୋଡିଏ ଘଣ୍ଟା ଧରି ଥାନାରେ ରହିଥିଲେ ମଧ୍ୟ ପୋଲିସ ଚିକିତ୍ସା କରି ନ ଥିବା ପରେ ଜିଆଉଦ୍ଦିନ ଓ ତାଙ୍କ ଅଭିଯାନ ତରଫରୁ କୁହାଯାଇଥିଲା । ପରେ ଉଭୟ ପକ୍ଷରୁ ପୋଲିସ ମାମଲା ରୁଜୁ କରିଥିଲା ।

ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୂଚନା ଅଧିକାର ଅଭିଯାନ ଫୁଲବାଣୀରେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ଭାବେ ନିଜ ପକ୍ଷ ରଖିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ତଦନ୍ତ କରିବାକୁ ପ୍ରାର୍ଥନା କରି ବୌଦ୍ଧ ଜିଲ୍ଲାର ଆରଟିଆଇ କର୍ମୀ ସଚ୍ଚିନ୍ଦ୍ର ସାହୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଏହାର ବିଚାର କରି କମିଶନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.