ETV Bharat / state

ନକଲି ସିଆରପିଏଫଙ୍କ ଡକାୟତି, ଗ୍ୟାଙ୍ଗକୁ କାବୁ କଲା ପୋଲିସ - robbery gang arrested by kandhamal police

ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବାରମ୍ବାର ଡକାୟତି ହେଉଥିଲା । 59 ନମ୍ବର ଜାତୀୟ ରାଜପଥ ଓ ଏସଏଚ୍ 5ରେ ଡକାୟତି କରୁଥିଲେ ଏକ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ ।

ସିଆରପିଏଫ୍ ପୋଷାକ ପିନ୍ଧି କରୁଥିବା ଡକାୟତ ଗ୍ୟାଙ୍ଗ କାବୁ

author img

By

Published : Sep 3, 2020, 8:31 AM IST

ଫୁଲବାଣୀ: ଜିଲ୍ଲାର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଡକାୟତି କରୁଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଗତ ମାସରେ ବାରମ୍ବାର ଡକାୟତି କରୁଥିଲେ ଏହି ଗ୍ୟାଙ୍ଗ । ଜିଲ୍ଲାରେ ନକ୍ସଲ ମୁକାବିଲା ପାଇଁ ସିଆରପିଏଫ୍ ମୁତୟନ ଥିବା ବେଳେ ସିଆରପିଏଫ୍ ପୋଷାକ ପିନ୍ଧି ଡକାୟତି କରୁଥିଲେ ଏହି ଦଳ ।

ସିଆରପିଏଫ୍ ପୋଷାକ ପିନ୍ଧି କରୁଥିବା ଡକାୟତ ଗ୍ୟାଙ୍ଗ କାବୁ

ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବାରମ୍ବାର ଡକାୟତି ହେଉଥିଲା । 59 ନମ୍ବର ଜାତୀୟ ରାଜପଥ ଓ ଏସଏଚ୍ 5ରେ ଡକାୟତି କରୁଥିଲେ । ଆନ୍ଧ୍ରପ୍ରଦେଶର ଶ୍ରିକଲହସ୍ତିରୁ ଟାଟା କମ୍ପାନୀର ଲୁହା ପାଇପ୍ ନେଇ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଆସୁଥିବା ଟ୍ରକକୁ କୋଟଗଡ ତୁମୁଡ଼ିବନ୍ଧ ରାସ୍ତା ଜଙ୍ଗଲରେ ରାତି ଅଧରେ ଅଟକାଇ ଡ୍ରାଇଭରକୁ ଲହୁଲୁହାଣ କରି ଲୁଟ୍ କରିଥିଲେ । ପରେ ପୋଲିସ ଚଢ଼ାଉ କରି ଗିରଫ କରିଛି ଏହି ଗ୍ୟାଙ୍ଗକୁ । ରିଙ୍ଗ୍‌ ଲିଡର ରିତୁ ପରାସେଠ ସହିତ ଅନ୍ୟ ମାନଙ୍କୁ ଗିରଫ କରିଥିଲା ପୋଲିସ ।

ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ କେହି ଏହି ଗ୍ୟାଙ୍ଗରେ ଥିଲେ ଗିରଫ କରାଯିବ ବୋଲି କହିଛନ୍ତି ଇନ୍ସପେକ୍ଟର ଅଲେଖ ଗରଡ଼ିଆ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.