ETV Bharat / state

କନ୍ଧମାଳରେ ବଢୁଛି କୋରୋନା ସଂକ୍ରମଣ: କୋଭିଡ ହସ୍ପିଟାଲରେ ମାତ୍ର 150 ବେଡ

author img

By

Published : Jul 28, 2020, 9:28 AM IST

Updated : Jul 28, 2020, 11:00 AM IST

କନ୍ଧମାଳ ଜିଲ୍ଲାରେ ସପ୍ତାହକ ମଧ୍ୟରେ 2ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ଏପଟେ ଫୁଲବାଣୀରେ ଥିବା କୋଭିଡ ହସ୍ପିଟାଲରେ 150 ବେଡ ରହିଥିବାବେଳେ ବର୍ତ୍ତମାନ ଜିଲ୍ଲାରେ 209 ଆକ୍ଟିଭ ରୋଗୀ ଅଛନ୍ତି। ଅଧିକ ପଢନ୍ତୁ...

କନ୍ଧମାଳରେ ବଢୁଛି କୋରୋନା ସଂକ୍ରମଣ: କୋଭିଡ ହସ୍ପିଟାଲ ରହିଛି  ମାତ୍ର 150 ବେଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଗାତାର ଭାବେ କୋରୋନାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ 2ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ପୋଲିସ, ସ୍ବାସ୍ଥ୍ୟ କର୍ମଚାରୀ, ରାଜସ୍ବ ଅଧିକାରୀ ପ୍ରଭୃତି କୋଭିଡ ଯୋଦ୍ଧା କୋରୋନାରେ ଆକ୍ରାନ୍ତ ହେଲେଣି। ଜିଲ୍ଲାରେ 4ଦିନ ଧରି ସଟଡାଉନ ଜାରି ରହିଛି। ତେବେ ଜିଲ୍ଲାରେ ଆଜି 209 ଆକ୍ଟିଭ ରୋଗୀ ଥିବା ବେଳେ ମାତ୍ର 150 ବେଡ କୋଭିଡ ହସ୍ପିଟାଲ ରହିଛି।

କନ୍ଧମାଳରେ ବଢୁଛି କୋରୋନା ସଂକ୍ରମଣ: କୋଭିଡ ହସ୍ପିଟାଲରେ ମାତ୍ର 150 ବେଡ

200ରୁ 400କୁ ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ସୋମବାର ସୁଦ୍ଧା 438 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 209ଟି ଆକ୍ଟିଭ କେସ ରହିଛି। ଏଥିସହ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଫୁଲବାଣୀରେ ଥିବା କୋଭିଡ ହସ୍ପିଟାଲରେ 150 ବେଡ ରହିଛି। ଏପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଫୁଲବାଣୀ ଓ ବାଲିଗୁଡା ସହରରେ ଲଗାତାର ଆକ୍ରାନ୍ତ ବାହାରୁଥିବାରୁ ଅନିର୍ଦ୍ଦିଷ୍ଟ କାଳ କଣ୍ଟେନମେଣ୍ଟ ଜାରି ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କୋରୋନା ଆକ୍ରାନ୍ତ ହେବା ପରେ ଅତିରିକ୍ତ ଜିଲ୍ଲାପାଳ ଘରେ କ୍ବାରେଣ୍ଟାଇନରେ ଅଛନ୍ତି ଓ ଅନ୍ୟ ବିଭାଗ ମଧ୍ୟ ବନ୍ଦ ରହିଛି। ସେହିପରି ଟାଉନ ଥାନାରେ ଜଣେ ଏସଆଇ କୋରୋନା ଆକ୍ରାନ୍ତ ହେବା ପରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜିଲ୍ଲାର 3 ଜଣ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 6 ଜଣ ସ୍ବାସ୍ଥ୍ୟ କର୍ମଚାରୀ କୋରୋନା ଆକ୍ରାନ୍ତ ହେଲେଣି। ଜିଲ୍ଲା ମେଡିକାଲର 2ଟି ୱାର୍ଡରେ ଏବଂ ଲ୍ୟାବରେ କରୋନା ଆକ୍ରାନ୍ତ ଆସିଥିବା ଜଣାପଡିବା ପରେ ସାନିଟାଇଜ କରାଯାଇଛି। ଏପରି ସ୍ଥଳରେ ଫୁଲବାଣୀରେ 150 ବେଡ ବିଶିଷ୍ଟ କୋଭିଡ ହସ୍ପିଟାଲରେ ରୋଗୀ ଭର୍ତ୍ତି ହୋଇଗଲେଣି। ଏହା ସହିତ ଆଇସିୟୁ ବ୍ୟବସ୍ଥାକୁ ନେଇ ଅନେକ ସନ୍ଦେହ । ବର୍ତ୍ତମାନ ଜିଲ୍ଲାରେ 209 ଆକ୍ଟିଭ ରୋଗୀ ଅଛନ୍ତି। ତେଣୁ ବେଡ ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ ଉପକରଣ,କର୍ମଚାରୀ ଓ ଭେଣ୍ଟିଲେଟର ବ୍ୟବସ୍ଥା କରିବା ଜରୁରୀ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Last Updated : Jul 28, 2020, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.