ETV Bharat / state

ପରୀକ୍ଷା ତାରିଖକୁ ନେଇ ତେଜିଲା ଛାତ୍ର ଅସନ୍ତୋଷ - issue

ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ତାରିଖକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। 18 ତାରିଖରେ ଭୋଟଦାନ ଥିବାବେଳେ ବାହାରିଥିବା ପରୀକ୍ଷା ସାରଣୀରେ ଉକ୍ତ ଦିନ ହିଁ ପରୀକ୍ଷା ରହିଛି । ତେଣୁ ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 7, 2019, 10:02 PM IST

ଫୁଲବାଣୀ: ପରୀକ୍ଷାକୁ ନେଇ ତେଜିଲା ଛାତ୍ର ଅସନ୍ତୋଷ । ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ତାରିଖକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁଯାୟୀ, ଫୁଲବାଣୀ ଜିଲ୍ଲାରେ ଅପ୍ରେଲ 18 ତାରିଖରେ ଭୋଟଦାନ ଥିବାବେଳେ ବାହାରିଥିବା ପରୀକ୍ଷା ସାରଣୀରେ ଉକ୍ତ ଦିନ ହିଁ ପରୀକ୍ଷା ରହିଛି । ତେଣୁ ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଯାଇଛି । ତେବେ ଏହା ପରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଗୁହାରି କରିଛନ୍ତି । ଏଥିସହ ନିର୍ବାଚନ ସମୟରେ ପରୀକ୍ଷା ସଂପୂର୍ଣ ବନ୍ଦ କରିବାକୁ ଦାବି କରିଛନ୍ତି ।

ତେବେ ଜିଲ୍ଲାପାଳ କଲେଜର ଅଧ୍ୟକ୍ଷ ଏବଂ ଅନ୍ୟ କର୍ମଚାରୀଙ୍କୁ ଡାକି ଆଲୋଚନା କରିବା ପରେ ପରୀକ୍ଷା ସାରଣୀରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

ପୁରୀରୁ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, 3 ମୃତ

ବାଲେଶ୍ୱର:  ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷଯାତ୍ରା। କାଳିଆ ଦର୍ଶନ ସାରି ଫେରୁଥିବାବେଳେ ଡମ୍ଫରକୁ ପଛପଟୁ ପିଟିଥିଲା କାର । ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଳା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୲ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଡମ୍ପରକୁ ପଛପଟୁ କାର ପିଟିଥିଲା ।

ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଚୁରମାରା ଓ ପାକଶିଦା ଅଞ୍ଚଳରୁ 7ଜଣ ଏକ କାରରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏମିତି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ମଧ୍ୟରେ 2ଜଣ ଶିଶୁଥିବା ଜଣାପଡ଼ିଛି। ମୃତକମାନେ ହେଲେ ସୁଭିରଞ୍ଜନ ପରିଡ଼ା, କଳ୍ପନା ରଣା, ତୋଫାନ ରଣା, ରବି ରଣା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଳମ୍ବିତ ରାତିରେ କାର ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରୁ କାରରେ ଥିବା ଲୋକଙ୍କୁ ସ୍ଥାନୀୟ ଲୋକ ମେଡିକାଲ ନେଇଥିଲେ। ସେଠାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରଉ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.