ETV Bharat / state

ଗଞ୍ଜେଇ ବେପାରୀଙ୍କୁ ପିଛା କରି ଖାଇକୁ ଖସିଲା ପୋଲିସ ଗାଡି, ଥାନା ଅଧିକାରୀ ଗୁରୁତର

ଖାଇକୁ ଖସିଲା ପୋଲିସ ଗାଡି । ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପିଛା କରି ଦୁର୍ଘଟଣାଗ୍ରସ୍ତ ପୋଲିସ ଗାଡି । ଘଟଣାଟି ଘଟିଛି କନ୍ଧମାଳ ରାଇକିଆ ଅଞ୍ଚଳରେ ।

ଖାଇକୁ ଖସିଲା ପୋଲିସ ଗାଡି
ଖାଇକୁ ଖସିଲା ପୋଲିସ ଗାଡି
author img

By

Published : Jan 13, 2020, 6:40 PM IST

ଫୁଲବାଣୀ: ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପିଛା କରି ଖାଇକୁ ଖସିଲା ପୋଲିସ ଗାଡି । କନ୍ଧମାଳ ଜିଲ୍ଲା ମଣ୍ଡାକିଆ ବୁଡାମାହା ଠାରେ ଦୁର୍ଘଟଣାଗ୍ରସ୍ତ ପୋଲିସ ଗାଡି । ଏଥିରେ ଥାନା ଅଧିକାରୀ ଅଲେଖ ଗରଡିଆ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

ଖାଇକୁ ଖସିଲା ପୋଲିସ ଗାଡି

କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆ ପୋଲିସଙ୍କୁ ନାକେଦମ କରି ରଖିଛି । ଆଜି ସକାଳେ ଏକ ଇଣ୍ଡିଗୋ କାରରେ ଗଞ୍ଜେଇ ଯାଉଥିବା ନେଇ ରାଇକିଆ ପୋଲିସକୁ ଖବର ମିଳିବା ପରେ ଥାନା ଅଧିକାରୀ ଅଲେଖ ଗରଡିଆ ନିଜ ଟିମ ଧରି କାରର ପିଛା କରିଥିଲେ । ହେଲେ ମଣ୍ଡାକିଆ ନିକଟରେ ପୋଲିସ ଗାଡି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା । ରାଇକିଆ ଥାନା ଅଧିକାରୀଙ୍କୁ ପ୍ରଥମେ ରାଇକିଆ ଓ ପରେ ଫୁଲବାଣୀ ଜିଲ୍ଲା ମେଡିକାଲ ଅଣାଯାଇଥିବା ବେଳେ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ଡ୍ରାଇଭରଙ୍କୁ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେପଟେ, ଗଞ୍ଜେଇ ଭର୍ତ୍ତି କାର ଛାଡି ଚାଲାଣକାରୀ ଫେରରା ଥିବା ଜଣାପଡିଥିବାବେଳେ, ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି । ଅନ୍ୟପଟେ, ସାରଂଗଡ ଓ ଟିକାବାଲି ଥାନା ଅଧିକାରୀ ସମ୍ପୃକ୍ତ ଗଞ୍ଜେଇ ଗାଡି ନିକଟରେ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆ ପୋଲିସକୁ ନାକେଦମ କରି ରଖିଛନ୍ତି । ଗଞ୍ଜେଇ ମାଫିଆ ମାନେ ବେଆଇନ୍ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ୍ ଗାଡିକୁ ଗୋଡେଇ ଥିଲା। ରାଇକିଆ ପୋଲିସ୍ ଗୋଡାଉଥିବା ବେଳେ ମଣ୍ଡାକିଆର ବୁଡାମାହା ଠାରେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଥାନା ଅଧିକାରୀ ଅଲେଖ ଗରଡିଆ ଓ ଡ୍ରାଇଭର ଆହତ ହୋଇଛନ୍ତି। Body: ଗଞେଇ ଚୋରା ଚାଲାଣକାରୀଙ୍କୁ ପିଛା କରିବାବେଳେ ପୋଲିସ୍ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଆଜି ରାଇକିଆ ଦେଇ ଏକ ଇଣ୍ଡିଗୋ କାର୍ ରେ ଚାଲାଣକାରୀ ଗଞେଇ ଚୋରାଚାଲାଣ କରୁଥିବା ଖବରପାଇ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ ନିଜ ଟିମ୍ ଧରି ଜଗିଥିଲେ । ପୋଲିସକୁ ଦେଖି କାର୍ ଟି ଦୃତଗତିରେ ଚାଲିଯିବାରୁ ଥାନା ଅଧିକାରୀ ଗଞେଇ ଗାଡ଼ିକୁ ପିଛା କରିଥିଲେ । ମଣ୍ଡାକିଆ ନିକଟରେ ଭାରସାମ୍ୟ ହରାଇ ପୋଲିସ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଆଇଆଇସିଙ୍କ ହାତ ଭାଙ୍ଗିଥିବା ଜଣାପଡିଛି । ସେପଟେ ଗଞେଇ ଭର୍ତ୍ତି କାର୍ ଛାଡ଼ି ଚାଲାଣକାରୀ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ତନାଘନା ଆରମ୍ଭ କରିଛି ।
ଘଟଣା ସ୍ଥଳରେ ସାରଂଗଡ ଓ ଟିକାବାଲି ଥାନା ଅଧିକାରୀ ଦୁହେଁ ସଂପୃକ୍ତ ଗଞ୍ଜେଇ ଗାଡି ନିକଟରେ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି। ରାଇକିଆ ଥାନା ଅଧିକାରୀଙ୍କୁ ପ୍ରଥମେ ରାଇକିଆ ଓ ପରେ ଫୁଲବାଣୀ ଜିଲ୍ଲା ମେଡିକାଲ ଅଣାଯାଇଥିବା ବେଳେ ପରେ ଭୁବନେଶ୍ୱରକୁ ରେଫେର କରାଯାଇଛି ଏବଂ ଡ୍ରାଇଭରଙ୍କୁ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।Conclusion:ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.