ଫୁଲବାଣୀ: ପ୍ରବଳ ଶୀତ ଲହରୀ ଓ କୋରନାର ଆତଙ୍କ ସତ୍ତ୍ୱେ କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟମାସ ପାଳନ ପାଇଁ ଶେଷରେ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। କିଛି ସମୟ ପୂର୍ବରୁ ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସମସ୍ତ କୋଭିଡ଼ ନିୟମ ପାଳନ କରି ୫୦ ଜଣଙ୍କୁ ନେଇ ଚର୍ଚ୍ଚରେ ବଡ଼ଦିନ ପାଳନ ପାଇଁ ଅନୁମତି ଦିଆଯାଇଛି। ତେବେ ଛୋଟ ଛୋଟ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ୨୧ ତାରିଖ ଜିଲ୍ଲା ଶାନ୍ତି କମିଟି ବୈଠକରେ କୋଭିଡ କଟକଣା ମଧ୍ୟରେ ପ୍ରାର୍ଥନା ପାଇଁ ଅନୁମତି ଦେବାକୁ ଦାବି କରାଯାଇଥିଲା।
ଆଲୋକ ସାଜସଜ୍ଜା ଓ ମାଇକ ପ୍ରଭୃତି ଅନୁମତି ପାଇଁ ଦାବି କରିଥିଲେ ସଂଖ୍ୟାଲଘୁ ଗୋଷ୍ଠୀ। ଏ ସବୁକୁ ମଧ୍ୟ ଅନୁମତି ଦିଆଯାଇଛି । ଏଥିସହିତ ମାସ୍କ ପିନ୍ଧିବା, ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ