ଫୁଲବାଣୀ: ସରକାରଙ୍କୁ ଗୁହାରି କରି ଥକି ଗଲେ ଲୋକେ । ଶେଷରେ ନିଜ ହାତରେ ତିଆରି କଲେ ଝୁଲା ପୋଲ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଞ୍ଚାୟତର ଟାପେରିକିଆ ଗାଁ । ଗାଁକୁ ନାହିଁ ରାସ୍ତା। ଏହା ସହିତ କାଳିପେନୁ ନଦୀ ଯୋଗୁଁ ମଧ୍ୟ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଥିଲେ । ବର୍ଷ ତମାମ ବିଚ୍ଛିନ୍ନ ହୋଇ ରହୁଥିଲେ ।
ନଦୀ ଉପରେ ପୋଲ ଖଣ୍ତିଏ ପାଇଁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ସରକାର ଶୁଣିଲେନି । ପରେ ବାଧ୍ୟ ହୋଇ 4ଟି ଗାଁ ଲୋକେ ମିଶି ନଦୀରେ ଝୁଲା ପୋଲ ତିଆରି ପାଇଁ ପଣ କଲେ। ଚାନ୍ଦା କରି ପୋଲ କରିଛନ୍ତି ତାର,ବିଦ୍ୟୁତ ପୋଲ ଓ ଲୁହା ଜାଲି ବ୍ୟବହାର କରି । ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହିତ ଶ୍ରମ ଦାନ କରିଥିଲେ। ଲୋକଙ୍କ ଏହି ଉଲ୍ଲେଖନୀୟ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏନେଇ ସ୍ଥାନୀୟ ଲୋକଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ