ETV Bharat / state

ଏମିତି ଚାଳିଛି ପାଠପଢ଼ା, ଛାତ୍ରୀଙ୍କୁ ଶ୍ରମିକ ସଜାଇଲେ ଶିକ୍ଷକ !

ସ୍କୁଲ୍‌ରେ ପାଠ ପଢ଼ିବା ବଦଳରେ ଶ୍ରମିକ ଭଳି କାମ କରୁଛନ୍ତି ଛାତ୍ରଛାତ୍ରୀ । ପାଠପଢ଼ା ଛାଡ଼ି ଟ୍ରକ୍‌ରୁ ଲୁହା ଖଟ ବୋହିଲେ ଛାତ୍ରଛାତ୍ରୀ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକର ପାରିଗଡ଼ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଅଧିକ ପଢ଼ନ୍ତୁ

ପାଠ ବଦଳରେ କରୁଛନ୍ତି କାମ
ପାଠ ବଦଳରେ କରୁଛନ୍ତି କାମ
author img

By ETV Bharat Odisha Team

Published : Sep 26, 2023, 8:55 AM IST

Updated : Sep 26, 2023, 12:29 PM IST

ଛାତ୍ରୀଙ୍କୁ ଶ୍ରମିକ ସଜାଇଲେ ଶିକ୍ଷକ !

କନ୍ଧମାଳ: ସ୍କୁଲ୍‌ ଯାଇ ପାଠ ପଢ଼ିବା ବଦଳରେ ଶ୍ରମିକ ଭଳି କାମ କରୁଛନ୍ତି ଛାତ୍ରଛାତ୍ରୀ । ପାଠପଢ଼ା ଛାଡ଼ି ଟ୍ରକରୁ ଲୁହା ଖଟ ବୋହୁଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକର ପାରିଗଡ଼ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଶିକ୍ଷକ ପିଲାମାନଙ୍କୁ ଡରାଇଧମକାଇ ଏଭଳି କାମରେ ନିୟୋଜିତ କରୁଥିବା ଅଭିଯୋଗ ଆଣିଲେ ଅଭିଭାବକ ।

ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ନାରା ଦେଇ ସରକାର ଛାତ୍ରଛାତୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ପାଠ ପଢ଼ିବା ବଦଳରେ ଶ୍ରମିକଙ୍କ ଭଳି କାମ କରୁଛନ୍ତି କୋମଳମତି ଶିଶୁ । ଟ୍ରକରୁ ପାଖାପାଖି 75ରୁ ଊର୍ଦ୍ଧ୍ୱ ଲୁହା ଖଟ ବୋହିଛନ୍ତି କିଛି ଛାତ୍ରୀ । ଉପାନ୍ତ ଅଞ୍ଚଳ କୁହାଯାଉଥିବା କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକର ପାରିଗଡ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟରୁ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସକାଳ 10.40 ସୁଦ୍ଧା ପିଲାମାନେ ଟ୍ରକରୁ ଲୁହା ଖଟ ଅନଲୋଡିଂ କରୁଛନ୍ତି । ଅନ୍ୟପଟେ କାଠ ବୋଲା ବୋହି ନେବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।

ପାରିଗଡ଼ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ଓ ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀ ପିଲାମାନଙ୍କୁ ଡରାଇ ଧମକାଇ ଏଭଳି କାମରେ ନିୟୋଜିତ କରୁଥିବା ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ପିଲାମାନଙ୍କୁ ପାଠ ପଢ଼ାଇବା ବଦଳରେ ଶ୍ରମିକ ସଜାଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି । ବାରମ୍ଵାର ଏହି ଦୁଇ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିବା ସତ୍ତ୍ବେ ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି ଗ୍ରାମବାସୀ ।

ଏହାମଧ୍ୟ ପଢନ୍ତୁ..ଶିକ୍ଷା ବିଭାଗର ବିକଳ ଚିତ୍ର, ସ୍କୁଲ ମରାମତି କାର୍ଯ୍ୟରେ ସାମିଲ କୁନି ପିଲା

ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍‌ର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ସାହୁ । ପିଲାଙ୍କ ଲୁହା ଖଟ ଓ ବଲା କାଠ ବୋହିବା ଘଟଣାକୁ ସାମାନ୍ୟ ବୋଲି କହି ଏଡ଼ାଇ ଦେଇଛନ୍ତି । ଅନ୍ୟପଟେ ବିଦ୍ୟାଳୟ ଦାୟିତ୍ୱରେ ଥିବା ସିଆରସିସି ଏ ଘଟଣା ବିଷୟରେ କିଛି ଜାଣିନଥିବା କହିଛନ୍ତି । ତେବେ ଏନେଇ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବି ବୋଲି ସେ ଉତ୍ତର ରଖିଛନ୍ତି ।

ତେବେ କେଉଁଠି 5T ଅଧିନରେ ସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ କରାଯାଇ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ବେଳେ କନ୍ଧମାଳ ଭଳି ଅଞ୍ଚଳରେ ଏଭଳି ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି । ପାଠ ପଢିବାକୁ ଯାଇଥିବା କୋମଳମତି ପିଲାମାନଙ୍କୁ ଏଭଳି ଶ୍ରମିକ ଭଳି କାମ କରାଇବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି ।

ଇଟିଭି ଭାରତ, କନ୍ଧମାଳ

Last Updated : Sep 26, 2023, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.