ETV Bharat / state

ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀଙ୍କୁ ସମ୍ବର୍ଦ୍ଧିତ

author img

By

Published : Nov 16, 2021, 8:23 AM IST

ଜନଜାତି ଗୌରବ ଦିବସରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀଙ୍କୁ ସମ୍ବର୍ଦ୍ଧିତ । ଅଧିକ ପଢନ୍ତୁ

ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀଙ୍କୁ ସମ୍ବର୍ଦ୍ଧିତ
ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀଙ୍କୁ ସମ୍ବର୍ଦ୍ଧିତ

ଫୁଲବାଣୀ: ଜନଜାତି ଗୌରବ ଦିବସରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ସମ୍ବର୍ଦ୍ଧିତ । ଗତକାଲି(ସୋମବାର) ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀକୁ ସାରା ଦେଶ ଜନଜାତି ଗୌରବ ଦିବସ ଭାବେ ପାଳନ କରୁଥିବାବେଳେ କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଫୁଲବାଣୀ ଠାରେ ଏହି ଗୌରବ ଦିବସକୁ ଧୁମଧାମରେ ପାଳନ କରାଯାଇଛି ।

ନିଜର ଦେଶ, ଧର୍ମ, ସଂସ୍କୃତିର ରକ୍ଷା ପାଇଁ ଜନଜାତିମାନେ ସଦାସର୍ବଦା ବଳିଦାନ ଦେଇଆସିଛନ୍ତି, ସ୍ଵାଧୀନତା ସଂଗ୍ରାମରେ ଜନଜାତିମାନଙ୍କର ବିଶେଷ ଭୂମିକା ରହିଥିବା ଦର୍ଶାଇ ବଳିଦାନ ଜନଜାତିଙ୍କ ସ୍ମୃତିରେ ଏହି ଗୌରବ ଦିବସ ପାଳନ କରିଛି ବିଦ୍ୟାର୍ଥୀ ପରିଷଦ । ପରିଷଦର ବହୁ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଫୁଲବାଣୀ ପେଟ୍ରୋଲ ଟାଙ୍କି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜନଜାତିଙ୍କ ସ୍ମୃତିଚାରଣ କରିବା ସହ ବିଭିନ୍ନ ନାରା ଦେଇ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ କନ୍ଧମାଳ ଜନଜାତିର ଗୌରବ ପଦ୍ମଶ୍ରୀ ପୂର୍ଣ୍ଣମାସି ଜାନୀଙ୍କୁ ଛାତ୍ରଛାତ୍ରୀ ସମ୍ଵର୍ଦ୍ଧିତ କରିଛନ୍ତି । ଏଥିସହ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.