ETV Bharat / state

PLGA Week: ଶହୀଦ ସପ୍ତାହ ପାଳୁଛନ୍ତି ମାଓବାଦୀ, ସରକାରୀ ବସ ଚଳାଚଳ ବନ୍ଦ

author img

By

Published : Dec 4, 2021, 4:28 PM IST

ମାଓବାଦୀଙ୍କ ପିଲଜିଏ ଶହୀଦ ସପ୍ତାହ ଆରମ୍ଭ ହୋଇଛି । ଡିସେମ୍ବର 2 ରୁ 8 ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି । ଫଳରେ କନ୍ଧମାଳରେ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ଅଧିକ ପଢନ୍ତୁ

ମାଓବାଦୀଙ୍କ PLGA ଶହୀଦ ସପ୍ତାହ ପାଳନ : ସରକାରୀ ବସ ଚଳାଚଳ ବନ୍ଦ

ଫୁଲବାଣୀ: ମାଓବାଦୀଙ୍କ ପିଲଜିଏ ଶହୀଦ ସପ୍ତାହ ଆରମ୍ଭ ହୋଇଛି । ଡିସେମ୍ବର 2 ରୁ 8 ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି । ଫଳରେ ଜିଲ୍ଲାର ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ଶହୀଦ ସପ୍ତାହ ପାଇଁ ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ ପୋଲିସ ପକ୍ଷରୁ ହାଇଆଲଟ ଜାରି କରାଯାଇଛି । ଜିଲ୍ଲାର ୧୩ଟି ରୁଟରେ ୨୧ଟି ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କଟକ ଲାଞ୍ଚିଗଡ ଓ ଜୟପୁର ବସ ମଧ୍ୟ ବାତିଲ କରାଯାଇଛି । କେବଳ ସମସ୍ତ ସ୍ଥାନକୁ ପ୍ରାଇଭେଟ ବସ ଚାଲୁ ରହିଛି । କାଟିଙ୍ଗିଆ, ଗଦାପୁର,ଦାରିଙ୍ଗବାଡି, ଶ୍ରୀରାମପୁର, ସୁବର୍ଣ୍ଣଗିରି, ବେଲଘର, ସୁଡ୍ରା, ପାହିରେଜୁ ,ସାଡିଙ୍ଗିଆ ଓ କୋଟଗଡ ଅଞ୍ଚଳକୁ ବସ ଚଳାଚଳ ବନ୍ଦ ଯୋଗୁଁ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ସାଧାରଣ ଲୋକ ଜଙ୍ଗଲକୁ ନ ଯିବାକୁ ମାଓବାଦୀମାନେ ପରାମର୍ଶ ଦେଇଛନ୍ତି । ଗଞ୍ଜେଇ ଚାଷ ଧ୍ୱଂସକୁ ନେଇ ପ୍ରତିକ୍ରିୟାରେ ଏହା ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲା ପ୍ରବେଶ ପଥରେ ପୋଲିସ ଚେକିଂ କଡାକଡି କରାଯାଇଛି । ସହର ଭିତରକୁ ଆସୁଥିବା ଗାଡିମଟର ଯାଞ୍ଚ କରାଯାଉଥିବା ଦେଖାଯାଉଛି।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.