ETV Bharat / state

ମିଶନ ଏକ-ଦୁଇ-ତିନି: ଶିକ୍ଷକଙ୍କ ଅଭିନବ ପ୍ରୟାସ, ମୋ ଘର କଳାପଟାରେ ପଢୁଛନ୍ତି ପିଲା

author img

By

Published : Jan 22, 2022, 4:52 PM IST

ଆଦିବାସୀ ପିଲାଙ୍କ ପାଇଁ ପ୍ରଧାନଶିକ୍ଷକଙ୍କ ଅଭିନବ ପ୍ରୟାସ । ମୋ ଘର କଳାପଟା କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ପଢାଉଛନ୍ତି ପାଠ । ଘରକାନ୍ଥ କଳାପଟା, ବାରଣ୍ଡାରେ ପାଠ ପଢୁଛନ୍ତି ପ୍ରାଥମିକ ଶ୍ରେଣୀର ପିଲାଏ । ଅଧିକ ପଢନ୍ତୁ

ଶିକ୍ଷାଦାନ ପାଇଁ ଶିକ୍ଷକଙ୍କ ଅଭିନବ ପ୍ରୟାସ : ମୋ ଘର କଳାପଟାରେ ପାଠ ପଢୁଛନ୍ତି ପିଲା

କନ୍ଧମାଳ: ଶିକ୍ଷାଦାନକୁ ନେଇ ଶିକ୍ଷକଙ୍କ ଅଭିନବ ପ୍ରୟାସ । ମୋ କଳାପଟା ଅଭିଯାନ କରି ଘରେ ଘରେ ପ୍ରାଥମିକ ଶିକ୍ଷା ପହଞ୍ଚାଇକୁ ଉଦ୍ୟମ ଚଳାଇଛନ୍ତି କନ୍ଧମାଳ ଜିଲ୍ଲାର ଆଦର୍ଶଗ୍ରାମର କରଣ୍ଡାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମୁଖୀ । କୋରୋନାର ପ୍ରଥମ ଲହର ,ଦ୍ବିତୀୟ ଲହର ଓ ଏବେ ତୃତୀୟ ଲହର ଯୋଗୁଁ ଭୁଶୁଡି ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ତେବେ ଅନଲାଇ ପାଠପଢା ଜାରି ରହିଥିଲେ ବି ଉପାନ୍ତ ଅଞ୍ଚଳରେ ଏହି ଶିକ୍ଷାରୁ ବଞ୍ଚିତ ପ୍ରାଥମିକ ଶ୍ରେଣୀର ପିଲାଏ ।

କୋରୋନା ଯୋଗୁଁ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ସଂପୂର୍ଣ୍ଣଭାବେ ବନ୍ଦ ରହିଛି । ତେଣୁ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନିଜସ୍ୱ ପ୍ରଚେଷ୍ଟାରେ ଘରେ ଘରେ ମୋ କଳାପଟା ନୂତନ କୌଶଳ ଆରମ୍ଭ କରିଛନ୍ତି ପ୍ରଧାନ ଶିକ୍ଷକ ସୀମାଞ୍ଚଳ । ଏହି କାର୍ଯ୍ୟକ୍ରମ ଜରିଆରେ ମିଶନ ଏକ-ଦୁଇ-ତିନିକୁ ପୁରଣ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥିବା ବେଳେ ଉକ୍ତ ଆଦର୍ଶ ଗ୍ରାମର ଛାତ୍ରଛାତ୍ରୀ ମାନେ ଯେଉଁମାନେ ପ୍ରାଥମିକ ଶିକ୍ଷାଗ୍ରହଣ କରୁଛନ୍ତି ସେହି ଛାତ୍ରଛାତ୍ରୀ ମାନଙ୍କର ପ୍ରତ୍ୟେକ ଘର କାନ୍ଥରେ ତିଆରି ହୋଇଛି କଳାପଟା । ଉକ୍ତ କଳାପଟାରେ ଅକ୍ଷର , ସଂଖ୍ୟା, ଶବ୍ଦ ଇତ୍ୟାଦି ଲେଖାଯାଇଛି । ଆଖ ପାଖ ଗ୍ରାମର ସମସ୍ତ ଗାଁର ଘର ମାନଙ୍କରେ ମୋ ଘର କଳା ପଟା କରିବାକୁ ଆଶା ରଖିଛନ୍ତି ଶିକ୍ଷକ ।

ତେବେ ଶିକ୍ଷକ ଜଣକ ପ୍ରତିଦିନ ସକାଳୁ କାଳାପଟାରେ ପାଠ ଲେଖିଦେଇ ଯାଇଥାନ୍ତି । ଏହା ପିଲାଙ୍କ ପାଇଁ ଏକ ପ୍ରକାର ଟାସ୍କ ହୋଇଥାଏ ଏବଂ ପିଲାଏ ଏହାକୁ ଦିନମାନ ସମ୍ପୂର୍ଣ୍ଣ କରିଥାନ୍ତି । ପୁନଃ ଅପରାହ୍ଣରେ ଶିକ୍ଷକ ପିଲାଙ୍କ ଟାସ୍କ ଚେକ୍ କରିଥାନ୍ତି । ଏଭଳି ଅଭିନବ ଉପାୟରେ ପାଠ ପଢାଇଥାନ୍ତି ଶିକ୍ଷକ ଜଣଙ୍କ । ଗ୍ରାମରେ ଏଭଳି 82ଟି କଳାପଟା ଥିବା ସୂଚନା ରହିଛି ଏବଂ ସମସ୍ତ କଳାପଟା ଶିକ୍ଷକ ସୀମାଞ୍ଚଳ ନିଜ ଖର୍ଚ୍ଚରେ ତିଆରି କରିଛନ୍ତି ।

ପ୍ରଧାନ ଶିକ୍ଷକଙ୍କ ମୋ ଘର କଳାପଟାରେ ପାଠପଢି ପିଲାମାନେ ବହୁତ ଖୁସି ହେବା ସହିତ ନିଜ ଘର କାନ୍ଥରେ ଥିବା କଳାପଟାରେ ନିଜକୁ ବ୍ୟସ୍ତ ରଖୁଥିବାର ଦେଖାଯାଇଛି । ଗତ ଦିନରେ ପାଠପଢାକୁ ବନ୍ଦ ରଖି ଯେଉଁ ଛାତ୍ରଛାତ୍ରୀ ମାନେ ବୁଲାବୁଲି କରୁଥିଲେ ସେହିମାନେ ଏବେ ପ୍ରତ୍ୟେକ ଦିନ ଘର ଆଗରେ ଥିବା କଳାପଟାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି । ଏଥିରେ ପରିବାରର ସଦସ୍ୟମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି । ଶିକ୍ଷକଙ୍କର ଏଭଳି ଅଭିନବ ଉପାୟକୁ ବେଶ ସ୍ୱାଗତ କରାଯିବା ସହ ନିଜ ନିଜ ପିଲାମାନଙ୍କୁ ମଧ୍ୟ ଶିକ୍ଷା ଗ୍ରହଣରେ ବେସ୍ ସହାୟକ ହେଉଥିବାରୁ ପ୍ରଧାନ ଶିକ୍ଷକଙ୍କ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି ଅଭିଭାବକ । ଏଭଳି ଅଭିନବ ଉପାୟ ଯୋଗୁଁ ଗ୍ରାମର ଘରେ ଘରେ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇଥିବାର ଦେଖାଯାଇଛି ।

କନ୍ଧମାଳରୁ ସଞ୍ଜୟ କୁମାର ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.