ETV Bharat / state

ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀଙ୍କୁ ହତ୍ୟା ଧମକ, ଜଣେ ଅଟକ

କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣାରେ ଜଣକୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ....

ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀଙ୍କୁ ହତ୍ୟା ଧମକ, ଜଣେ ଅଟକ
ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀଙ୍କୁ ହତ୍ୟା ଧମକ, ଜଣେ ଅଟକ
author img

By

Published : Feb 21, 2021, 4:18 PM IST

ଫୁଲବାଣୀ: କନ୍ଧମାଳ ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ ପୁରୀଙ୍କୁ ହତ୍ୟା ଧମକ ମାମଲାରେ ଜଣକୁ ଧରିଲା ପୋଲିସର ସ୍ବତନ୍ତ୍ର ଟିମ୍ । ପୋଲିସ ଅଭିଯୁକ୍ତକୁ ରାୟଗଡା ଜିଲ୍ଲା ବିଷମକଟକରୁ ଧରିଥିବା ଜଣାପଡିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ରହୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦଙ୍କୁ ଶନିବାର ସନ୍ଧ୍ୟାରେ ଏକ ଅଜଣା ଫୋନ ନମ୍ବରରୁ ହତ୍ୟା ଧମକ ଆସିଥିଲା । ଚାରି ଦିନ ମଧ୍ୟରେ ସ୍ବାମୀଜୀଙ୍କୁ ହତ୍ୟା କରାଯିବା ସହ ଆଶ୍ରମକୁ ଉଡାଇ ଦିଆଯିବା ନେଇ ଧମକ ଦେଇଛି ଦୁର୍ବୃତ୍ତ । ଏନେଇ ସ୍ୱାମୀଜୀ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଓ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଆଶ୍ରମରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ସହ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଆଶ୍ରମରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ମାମଲାକୁ ଗୁରୁତର ଭାବେ ନେଇ ପୋଲିସର ଏକ ସ୍ପେଶାଲ ଟିମ୍ ଘଟଣାର ତଦନ୍ତ କରି ଆଜି(ରବିବାର) ଜଣକୁ ଅଟକ ରଖିଛି । ଅନ୍ୟପଟେ ପୂର୍ବରୁ 2008 ମସିହା ଅଗଷ୍ଟ 23 ତାରିଖରେ ଆଶ୍ରମ ପ୍ରତିଷ୍ଠାତା ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ସମେତ ଚାରି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣାକୁ ନେଇ କନ୍ଧମାଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.