ETV Bharat / state

ଭତ୍ତା ଆଣିବାକୁ ଯାଉଥିବା ବେଳେ ପଛରୁ ପିଟିଲା ବାଇକ, ବୃଦ୍ଧା ମୃତ - ବନ୍ଧଗଡଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଫିରିଙ୍ଗିଆ ଥାନା ବନ୍ଧଗଡଠାରେ ଭତ୍ତା ଆଣିବାକୁ ଯାଉଥିବା ବେଳେ ପଛରୁ ପିଟିଲା ବାଇକ । ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଭତ୍ତା ଆଣିବାକୁ ଯାଉଥିବା ବେଳେ ପଛରୁ ପିଟିଲା ବାଇକ

author img

By

Published : Nov 21, 2022, 2:07 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବନ୍ଧଗଡ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭତ୍ତା ଆଣିବାକୁ ଯାଉଥିବା ବେଳେ ପଛରୁ ପିଟିଲା ବାଇକ । ଦୁର୍ଘଟଣାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ଗୁରୁତର ହୋଇଛନ୍ତି । ମୃତ ବୃଦ୍ଧା ହେଲେ ବାଲିଖେତ ଗ୍ରାମର ସୁଶୀଳା ଷାଣ୍ଢ, ବୟସ 75 ବର୍ଷ ।

ଭତ୍ତା ଆଣିବାକୁ ଯାଉଥିବା ବେଳେ ପଛରୁ ପିଟିଲା ବାଇକ

ଏହା ମଧ୍ୟ ପଢନ୍ତୁ: 1999 ମହାବାତ୍ୟାରେ ନିଖୋଜ ଥିଲେ, 23 ବର୍ଷ ପରେ ଜୀବିତ ଫେରିଲେ

ସୂଚନାଅନୁସାରେ, ସୁଶୀଳା ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ନିଜ ଘରୁ ବାହାରି ନିକଟସ୍ଥ ମିନି ବ୍ୟାଙ୍କକୁ ଭତ୍ତା ଟଙ୍କା ଉଠାଇବା ପାଇଁ ଯାଉଥିବା ବେଳେ ଫିରିଙ୍ଗିଆରୁ ବାଲିଗୁଡା ଆଡକୁ ଯାଉଥିବା ଏକ ବାଇକ(ନଂଓଡି ୧୨-ଏ-୧୨୮୫) ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସୁଶୀଳାଙ୍କ ମୃତ୍ୟୁ ହୋଇଥିଲା । ଅପରପକ୍ଷରେ ବାଇକ ଆରୋହୀ ରତଙ୍ଗ ଗ୍ରାମର କିରଣ ଦିଗାଲ ଓ ଚକାପାଦ ଥାନା ଲାଇନପଡାର ଆଲୋକ ଦିଗାଲ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ।

ଆହତ ମାନଙ୍କୁ ଫୁଲଵାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଫିରିଙ୍ଗିଆ ଥାନାରେ ଏନେଇ ୧୬୯/୨୨ରେ ଏକ ମାମଲା ରୁଜୁ କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.