ETV Bharat / state

ଗଦର-୨ରେ କନ୍ଧମାଳର ବରୁଣ ବିଷୋୟୀ, ସାଜିଲେ ସାଉଣ୍ଡ ଇଫେକ୍ଟ୍‌ର ବାଜିଗର

author img

By

Published : Aug 20, 2023, 4:11 PM IST

Updated : Aug 21, 2023, 10:23 AM IST

ସନ୍ନି ଦେଓଲ ଅଭିନୀତ ହିନ୍ଦୀ ସିନେମା ଗଦର ୨ ଏବେ ବଲିଉଡରେ ଧମାଲ କରିବାରେ ଲାଗିଛି । ଏହି ଫିଲ୍ମ ସଫଳତା ପଛରେ କନ୍ଧମାଳ ଦାରିଙ୍ଗବାଡ଼ିର ବରୁଣ ବିଷୋୟୀଙ୍କ ହାତ ରହିିଛି । ଅଧିକ ପଢନ୍ତୁ

odia youth in gadar 2 film
ଗଦର ୨ ସିନେମାରେ କନ୍ଧମାଳର ବରୁଣ ବିଷୋୟୀଙ୍କ ଯାଦୁ
ଗଦର-୨ରେ କନ୍ଧମାଳର ବରୁଣ ବିଷୋୟୀ

ଫୁଲବାଣୀ: ବଲିଉଡ୍‌ରେ ଏବେ ଧମାଲ ମଚାଇଛି ବ୍ଲକ ବ୍ଳଷ୍ଟର ଫିଲ୍ମ ଗଦର-2 । ସାରା ଦେଶରେ ଚହଳ ପକାଇଛି ଏହି ଚଳଚ୍ଚିତ୍ର । ବକ୍ସ୍‌ ଅଫିସରେ 300 କୋଟି ଟଙ୍କାର ବେପାର କଲାଣି ଏହି ଫିଲ୍ମ । ଆପଣ ଜାଣିଛନ୍ତି କି, ଏହି ଫିଲ୍ମର ସଫଳତା ପଛରେ ଜଣେ ଓଡ଼ିଆ ପୁଅଙ୍କ ହାତ ରହିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପୁଅ ବରୁଣ ବିଶୋୟୀର କମାଲ ଏହି ଫିଲ୍ମରେ ଦେଖିବାକୁ ମିଳିଛି । ସ୍ବପ୍ନ ପୂରଣ ପାଇଁ ମାୟାନଗରୀ ଯାଇଥିବା ବରୁଣ ଗଦର 2ଠୁ ନେଇ ଏକାଧିକ ବଲିଉଡ୍‌ ଫିଲ୍ମରେ ତାଙ୍କର ଯାଦୁ ଦେଖାଇଛନ୍ତି । ଫଲି ଆର୍ଟିଷ୍ଟ ଭାବେ ଫିଲ୍ମରେ ବିଭିନ୍ନ ସାଉଣ୍ଡ୍‌ ସୃଷ୍ଟି କରି ପ୍ରଶଂସା ସାଉଁଟିଛନ୍ତି ବରୁଣ ବିଶୋୟୀ ।

ଦାରିଙ୍ଗବାଡିରୁ ବରୁଣଙ୍କ ମାୟାନଗରୀ ଯାତ୍ରା: ପିଲା ଦିନରୁ ମାୟାନଗରୀରେ ନିଜ ପାଇଁ ସ୍ଵପ୍ନ ଦେଖିଥିବା ବରୁଣଙ୍କୁ ସଂଘର୍ଷ କରିବାକୁ ପଡ଼ିଛି । ବାପା ଆରପାରିକୁ ଚାଲି ଯିବା ପରେ ଘର ଚଳାଇବା ପାଇଁ ଟେଲରିଂ ଦୋକାନରେ ସିଲେଇ କାମ କରିବାକୁ ପଡ଼ିଥିଲା । ଅଭାବ ଅନାଟନ ରହିଥିଲେ ମଧ୍ୟ ହାରି ନଥିଲେ । ପିଲାଟି ବେଳୁ ବଲିଉଡ ଜଗତରେ ପାଦ ଦେଇ କିଛି କରିବାର ନିଶା ତାଙ୍କୁ ଘାରିଥିଲା । ଆଉ ସ୍ୱପ୍ନ ପୂରଣ ଲାଗି ନିଜ ମାଆଙ୍କ ଆଶୀର୍ବାଦ ନେଇ ଦାରିଙ୍ଗବାଡ଼ିରୁ ମୁମ୍ବାଇ ଅଭିମୁଖେ ବାହାରି ପଡ଼ିଥିଲେ ବରୁଣ । ମାୟାନଗରୀରେ ପହଞ୍ଚିବା ପରେ ମାୟା ଜାଲରେ ଛନ୍ଦି ହୋଇ ଆରଧନା ଷ୍ଟୁଡିଓରେ ବହୁ କଷ୍ଟରେ କ୍ୟାଟିନ୍ ବୟ ଭାବେ କାମ କରିବାକୁ ଲାଗିଲେ । ଆଉ ଧୀରେ ଧୀରେ ବରୁଣଙ୍କ ଭାଗ୍ୟ ବଦଳିଥିଲା । ସେଠାରେ ଫଲି ଆର୍ଟିଷ୍ଟ ଭାବେ କାମ ଆରମ୍ଭ କଲେ । ଅନେକ ଫିଲ୍ମର ଦୃଶ୍ୟ ତାଙ୍କ ହାତରେ ଜୀବନ୍ତ ହୋଇଛି ।

ଏହା ବି ପଢନ୍ତୁ...Gadar 2 vs OMG 2: 2ୟ ସପ୍ତାହ ବି ଗଦର 2ର ବମ୍ପର କଲେକ୍ସନ ଜାରି, 100 କୋଟି କ୍ଲବରେ ଓଏମଜି 2

ଦିନ ଥିଲା ମାଆ ଆଉ ସାନ ଭଉଣୀଙ୍କ ମୁହଁରେ ଦି ଓଳି ଖାଇବା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଆଜି ନିଜର ପରିଶ୍ରମ ଓ ସାଙ୍ଗସାଥୀଙ୍କ ସହଯୋଗରେ ବରୁଣ ଏବେ ବଲିଉଡ ଜଗତରେ ଜଣେ ଜଣାଶୁଣା ଫଲି ଆର୍ଟିଷ୍ଟ । ପୁଅର ଏଭଳି ସଫଳତା ଦେଖି ମାଆ କୁମାରୀ ବିଶୋୟୀ ଆଜି ଗର୍ବ ଅନୁଭବ କରୁଥିବା କହିଛନ୍ତି । ଦାରିଙ୍ଗବାଡ଼ି ଭଳି ଏକ ଛୋଟ ଜାଗାରୁ ଯାଇ ମୁମ୍ବାଇରେ ବରୁଣ ଯେଉଁଭଳି ସଫଳତା ପାଇଛନ୍ତି ତାକୁ ନେଇ ତାଙ୍କର ପିଲାଦିନର ସାଙ୍ଗ ସାଥୀ ମଧ୍ୟ ଖୁବ ଗର୍ବ ଅନୁଭବ କରନ୍ତି । ବରୁଣଙ୍କ ପିଲା ଦିନ ଖୁବ ସଂଘର୍ଷରେ କଟିଛି । ଅଭାବ ଅନାଟନ ସତ୍ତ୍ଵେ ସେ ମାୟାନଗରୀରେ ନିଜର ସ୍ୱପ୍ନ ପୂରଣ କରିଥିବା ଯୋଗୁଁ ସାହିପଡ଼ିଶା ମଧ୍ୟ ତାଙ୍କୁ ନେଇ ଖୁବ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

ବଲିଉଡରେ ଦୀର୍ଘ 20 ବର୍ଷ ହେବ ଫଲି ଆର୍ଟିଷ୍ଟ ଭାବେ କାମ କରୁଛନ୍ତି ବରୁଣ । ବରୁଣ ପୂର୍ବରୁ ବାଜିରାଓ ମସ୍ତାନୀ, ପିକେ, ଥ୍ରୀ' ଇଡିଏଟ, ଭାଗ୍‌ ମିଲ୍‌ଖା ଭାଗ, ରୋବର୍ଟ, ଅନ୍ଧାଧୂନ, ଟଏଲେଟ ଏକ ପ୍ରେମ କଥା, ରସମ୍ ଓ ପଦ୍ମାବତ ଭଳି ଅନେକ ହିଟ୍ ସିନେମାରେ କାମ କରି ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛନ୍ତି । ଗଦର ୨ ସିନେମାରେ କାମ କରି ବରୁଣ ଖୁବ ଉତ୍ସାହିତ ହେବା ସହ ତାଙ୍କୁ ଏହି ସିନେମା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଇଟିଭି ଭାରତ, କନ୍ଧମାଳ

Last Updated : Aug 21, 2023, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.