ETV Bharat / state

କନ୍ଧମାଳରେ 2ୟ ଦିନରେ 304 ପ୍ରାର୍ଥିପତ୍ର ଦାଖଲ - କନ୍ଧମାଳରେ ପଞ୍ଚାୟତ ନିର୍ବାଚନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କନ୍ଧମାଳ ପ୍ରାର୍ଥୀ। ଜିଲ୍ଲାରେ 2ୟ ଦିନରେ 304ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

nomination of kandhamal polls for panchayat election
କନ୍ଧମାଳରେ 2ୟ ଦିନରେ 304 ପାର୍ଥିପତ୍ର ଦାଖଲ
author img

By

Published : Jan 19, 2022, 9:17 AM IST

Updated : Jan 19, 2022, 9:29 AM IST

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି କନ୍ଧମାଳ ପ୍ରାର୍ଥୀ। ଜିଲ୍ଲାରେ 2ୟ ଦିନରେ 304ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କନ୍ଧମାଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦଖଲ କରାଯାଇଛି l ସେଥିମଧ୍ୟରୁ ୱାର୍ଡ ମେମ୍ବର ଭାବେ ୨୧୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସରପଞ୍ଚ ପଦବୀ ପାଇଁ ୫୬ଜଣ, ସମିତିସଭ୍ୟ ଭାବେ ୩୮ଜଣ ପ୍ରାର୍ଥୀ ଫର୍ମ ଦାଖଲ କରିଥିବା ନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି l ତେବେ ଜିଲ୍ଲା ପରିଷଦ ପାଇଁ କେହି ହେଲେ ପ୍ରାର୍ଥୀ ପତ୍ର ଦାଖଲ କରିନଥିବା ଅଧିକାରୀ କହିଛନ୍ତି ।

କନ୍ଧମାଳରେ 2ୟ ଦିନରେ 304 ପ୍ରାର୍ଥିପତ୍ର ଦାଖଲ

ରାଜ୍ୟରେ ଜାରି ହୋଇଥିବା ନିର୍ବାଚନ ଗାଇଡଲାଇନକୁ ପାଳନ କରି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ହେବ ସେଥିପ୍ରତି ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ଦେଉଥିବା ଦେଖିବାକୁ ମିଳିଛି l ସେହିପରି ନାମାଙ୍କନର ପ୍ରଥମ ଦିନରେ ୧୯୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Jan 19, 2022, 9:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.