ETV Bharat / state

କନ୍ଧମାଳରେ ଖୋଲିଲା ଶୀତତାପ ନିୟନ୍ତ୍ରକ ସରକାରୀ ଜିମ୍

କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଶପଥ ନେବା ପରେ ସୋମବାର ପ୍ରଥମ ଜିଲ୍ଲା ଗସ୍ତରେ ଫୁଲବାଣୀରେ ଅତ୍ୟାଧୁନିକ ଜିମ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି ।

author img

By

Published : Jun 3, 2019, 11:13 PM IST

ଭିଡିଓ ସୌଜନ୍ଯ: ସମ୍ବାଦଦାତା. କନ୍ଧମାଳ

କନ୍ଧମାଳ: ଜିଲ୍ଲାରେ ଖୋଲିଲା ଅତ୍ୟାଧୁନିକ ସରକାରୀ ଜିମ୍ । ସୋମବାର କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏହାକୁ ଉଦଘାଟନ କରିଛନ୍ତି । ଫଳରେ ଜିଲ୍ଲାରେ ବନ୍ଦ ଥିବା ପ୍ରକଳ୍ପ ଓ ନୂଆ ବିକାଶ ମୂଳକ କାମ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା. କନ୍ଧମାଳ

ସୂଚନା ଅନୁଯାୟୀ, କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଶପଥ ନେବା ପରେ ପ୍ରଥମ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀରେ ଏକ ଅତ୍ୟାଧୁନିକ ଜିମ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି। ଏହି ଜିମ୍ ସେଣ୍ଟରରେ ବ୍ୟାୟାମ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଏଥିସହ ଏହି ଜିମଟି ସମ୍ପୂର୍ଣ୍ଣ ଶୀତ ତାପନିୟନ୍ତ୍ରିତ ହୋଇଥିବା ବେଳେ ଅତ୍ୟାଧୁନିକ ସରଞ୍ଜାମ ଲାଗିଛି ।

ତେବେ ଆଗକୁ ଏପରି ଅନେକ ପ୍ରକଳ୍ପ କାମ ଜାରି ରହିବ ବୋଲି କହିଛନ୍ତି ସାଂସଦ ଡ. ସାମନ୍ତ । ଏଥିସହ ସେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ ସେଣ୍ଟର ପରିଦର୍ଶନ କରି ରାଜ୍ୟର ନୋଡାଲ୍ କେନ୍ଦ୍ରରେ ଥିବା ସୁବିଧା ସୁଯୋଗ ଓ ସମସ୍ୟା କଥା ପଚାରି ବୁଝିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.