ETV Bharat / state

ଦୁର୍ବୁତ୍ତଙ୍କ ଆତଙ୍କରାଜ, ସୁନା ବେପାରୀଙ୍କୁ ଗୁଳି କରି ଲୁଟ - ଗୁଳି ଫୁଟାଇ ଲୁଟି ନେଲେ ଦୁର୍ବୁତ୍ତ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକ ଠାରେ ସୁନା ବେପାରୀଙ୍କୁ ଗୁଳି କରି ଲୁଟି ନେଲେ ଦୁର୍ବୁତ୍ତ । ତଦନ୍ତ ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ । ଅଧିକ ପଢନ୍ତୁ

miscreants loot
miscreants loot
author img

By ETV Bharat Odisha Team

Published : Aug 29, 2023, 1:59 PM IST

ସୁନା ବେପାରୀଙ୍କୁ ଗୁଳି କରି ଲୁଟ

ଫୁଲବାଣୀ: କନ୍ଧମାଳରେ ଦୁର୍ବୁତ୍ତଙ୍କ ଆତଙ୍କରାଜ । ଗୁଳିମାଡ଼ କରି ସୁନା ବ୍ୟାଗ୍‌ ଛଡ଼ାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ବ୍ୟବସାୟୀଙ୍କ କାନ୍ଧରେ ଗୁଳି ବାଜିଥିବା ବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକ ଠାରେ ଘଟିଛି ଏହି ଘଟଣା । ତେବେ ଆହତ ସୁନା ବେପାରୀ ଜଣକ ବାଲିଗୁଡ଼ା ନୁଆସାହି ସୁବାସ ଆଚାରୀ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ଜମି ବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଇଥିବା ଅଭିଯୋଗ

ସୂଚନା ମୁତାବକ, ନେହୁରୁ ଛକ ଠାରେ ଆଜି(ମଙ୍ଗଳବାର) ସକାଳ ପ୍ରାୟ ୧୧ଟା ସମୟରେ ୩ ଜଣ ଦୁର୍ବୁତ୍ତ ଗୋଟିଏ ମୋଟର ସାଇକଲରେ ଆସିଥିଲେ । ସେହି ସମୟରେ ସୁନା ବେପାରୀ ଜଣକ ଦୋକାନ ଖୋଲୁଥିବା ବେଳେ ଦୁର୍ବୁତ୍ତମାନେ ଆସି ତାଙ୍କର ହାତକୁ ଆକ୍ରମଣ କରିବା ସହିତ ଗୁଳି ଫୁଟାଇ ସୁନା ଲୁଟ୍‌ କରିଥିବା ଜଣା ପଡ଼ିଛି । ତେବେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ - ବିବାହରେ ଅତିଥି ବେଶରେ ସାମିଲ ହେଲେ ଲୁଟେରା, ମଉକା ଦେଖି ଉପହାର ବ୍ୟାଗ ନେଇ ଛୁ

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ବାଲେଶ୍ଵର ସହଦେଖୁଣ୍ଟା ଥାନା ଅଞ୍ଚଳରେ ପଲସର୍ ବାଇକରେ ଦୁର୍ବୁତ୍ତ ଆସି ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା । ଡିକି ଭାଙ୍ଗି ସାଢ଼େ 8 ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଶ୍ରୀକୋଣା ଅଞ୍ଚଳର କାର୍ତ୍ତିକ ଚନ୍ଦ୍ର ଦୁଆରୀଙ୍କ ବାଇକ ଡିକି ଭାଙ୍ଗି ସାଢ଼େ ଆଠ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସେ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଅବକାରୀ ଅଧିକାରୀଙ୍କ ଘରୁ ଟଙ୍କା-ସୁନା ଲୁଟି ନେଲେ ଦିର୍ବୃତ୍ତ

ସେହିପରି ଦ୍ବିପ୍ରହରରେ କଳାହାଣ୍ଡି ସିନାପାଲି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନରରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ସିନାପାଲି ପୋଲିସର ଛାନଭିନ ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ ସିନାପାଲି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମିଶ୍ରଙ୍କ ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରେ ଚୋରି ହୋଇଥିଲା । ଚୋରମାନେ ଲ୍ୟାପଟପ, କମ୍ପ୍ୟୁଟର ସହ ଘରେ ଥିବା ସମସ୍ତ ଟଙ୍କାପଇସା ଓ ବ୍ୟବହୃତ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିବା କନିଷ୍ଠ ଯନ୍ତ୍ରୀ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.