ETV Bharat / state

ରକ୍ତମୁଖା ଲାଲବାହିନୀ, ପୂର୍ବତନ ସରପଞ୍ଚକୁ ଗୁଳି କରି ହତ୍ୟା - ସୁବଳ କହଁର

କିଛି ଦିନର ବ୍ୟବଧାନ ପରେ ପୁଣି ଉପସ୍ଥିତି ଜାହିର କଲା ଲାଲବାହିନୀ । ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ । ଅଧିକ ପଢନ୍ତୁ

maoist killed Former sarpanch
maoist killed Former sarpanch
author img

By

Published : May 11, 2023, 11:48 AM IST

ଭୁବନେଶ୍ବର: କନ୍ଧମାଳରେ ରକ୍ତମୁଖା ହେଲା ଲାଲବାହିନୀ । ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ମୃତ ସରପଞ୍ଚ ହେଲେ ସୁବଳ କହଁର । ସୁବଳଙ୍କୁ ହତ୍ୟା କରି ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ ।

ମାଓ ଅଧ୍ୟୁଷିତ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେପବନ୍ଧ ପଞ୍ଚାୟତରେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ ସୁବଳ କହଁର । ତେବେ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସୁବଳ ପଞ୍ଚାୟତର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିଲେ ଏବଂ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀଙ୍କ ଟାର୍ଗେଟ ରହି ଆସୁଥିଲେ । ଅନେକ ସମୟରେ ତାଙ୍କୁ ଧମକ ଚମକ ଦେଉଥିଲେ ।

ତେବେ ଗତକାଲି(ବୁଧବାର) ରାତିରେ ସୁବଳ ସାଉଲିପଡା ସ୍ଥିତ ଘରେ ଶୋଇଥିବା ବେଳେ ତାଙ୍କୁ କିଛି ମାଓବାଦୀ ଘରୁ ଡାକି ନେଇଥିଲେ । ପରେ ଘର ଠାରୁ କିଛି ଦୂରରେ ହିଁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ଗୁଳିମାଡ ହେତୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସୁବଳଙ୍କୁ ହତ୍ୟା କରି ପୁଣି ନିଜର ଉପସ୍ଥିତି ଜାହିର କରିଛି ଲାଲବାହିନୀ ।

ଏହା ମଧ୍ୟ ପଢନ୍ତୁ: Presidents Event Blackout: ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟି ନାଗରିକ ମଞ୍ଚର ମୌନ ଧାରଣା

ତେବେ ପ୍ରକୃତରେ ସୁବଳଙ୍କ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ଭୟରେ ଥରହର ହୋଇ ରହିଛନ୍ତି । ତେବେ ଗତକାଲି(ବୁଧବାର) ରାତିରୁ ସୁବଳଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ । ମୃତ ସୁବଳ ସୁବେରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚ ଥିଲେ । ତେବେ ସେହି ସମୟରେ ତାଙ୍କୁ ମାଓବାଦୀମାନେ ଧମକ ଚମକ ଦେବା ସହ ହତ୍ୟା ଧମକ ଦେଇଥିବା ମଧ୍ୟ ଜଣାପଡିଛି ।

ଅନେକ ଦିନ ହେବ ସେ ବାଲିଗୁଡାରେ ରହୁଥିଲେ । କିନ୍ତୁ କିଛି ଦିନ ହେବ ସେ ସାଉଲିପଡା ଘରକୁ ଆସିଥିଲେ । ତେବେ ହଠାତ ଗତକାଲି ରାତିରେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଛନ୍ତି ମଓବାଦୀ । ତେବେ ହତ୍ୟା କରିଥିବା ସ୍ଥାନ ସିଆରପି କ୍ୟାମ୍ପଠୁ ମାତ୍ର ଅଳ୍ପ ବାଟରେ ରହିଥିଲେ ସୁଦ୍ଧା କିଏ କିଭଳି କିଛି ସୁରାକ ପାଇପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.