ETV Bharat / state

ଅଧାରେ ରହିଲା ଘର ବାହୁଡା: ଟ୍ରକକୁ ପଛରୁ ପିଟିଲା ଭ୍ୟାନ, 4 ମୃତ 4 ଗୁରୁତର

author img

By

Published : Feb 13, 2022, 8:41 AM IST

Updated : Feb 13, 2022, 9:44 AM IST

ଫୁଲବାଣୀରେ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା ଭ୍ୟାନ ଅକାଳରେ ଚାଲିଗଲା ୪ ଜୀବନ । ଅଧିକ ପଢନ୍ତୁ

ଟ୍ରକକକୁ ପିଟିଲା ଭ୍ୟାନ
ଟ୍ରକକକୁ ପିଟିଲା ଭ୍ୟାନ

ଫୁଲବାଣୀ: ସଦର ଥାନା ଲାହାବାଡିରେ ସଡକ ଦୁର୍ଘଟଣା । ଭ୍ୟାନକୁ ପିଟିଲା ଟ୍ରକ ଅକାଳରେ ଚାଲିଗଲା ୪ ଜୀବନ । ୮ ଜଣ ଭ୍ୟାନରେ ତାଳପଡାରୁ ବାଡିସୁଗାକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତ ଗୁରୁତରଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ତାନାନ୍ତରଣ କରାଯାଇଛି ।

ଭୋଜି ଖାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଟ୍ରକକୁ ପଛରୁ ଏକ ମାରୁତି ଓମନି ଧକ୍କା ଦେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ସୂଚନା ମିଳିଛି । ମୃତକମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଗାଡିଶୂଗା ଗ୍ରାମର ରୋଜାଲିନ ଦିଗାଲ (12), ଭଗିଆ ଦିଗଲ(10),ବବି ପ୍ରଧାନ(ଗାଡି ଚାଳକ) ଓ ପୂର୍ଣ୍ଣ ମିଶ୍ର (42) । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ପ୍ରଥମେ ଫୁଲବାଣୀ ମେଡିକାଲ ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତରମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଟ୍ରକକୁ ପିଟିଲା ଭ୍ୟାନ

ସୂଚନାଅନୁସାରେ, ଏକ ଜନ୍ମଦିନ ଭୋଜି ଖାଇବା ପାଇଁ ତାଳପଡା ଗାଁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ 12 ଟା ପାଖାପାଖି ଏକ ମାରୁତି ଓମନି ଗାଡ଼ିରେ ଗୋଟିଏ ପରିବାରର ୮ ଜଣ ଘରକୁ ଫେରୁଥିବାବେଳେ ବଇଡା ଲାହାବାଡି ନିକଟରେ ଟ୍ରକ ପଛରେ ମାରୁତି ଓମନି ପିଟି ହୋଇଥିଲା।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Feb 13, 2022, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.