ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା:ଦୋଷୀକୁ 20ବର୍ଷ ସଜା; ପୀଡିତାଙ୍କୁ 11ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ - ନାବାଳିକା ଦୁଷ୍କର୍ମ ମାମଲା ଫୁଲବାଣୀ

Minor Girl Rape Case: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି । ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ 10 ହାଜର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଫୁଲବାଣୀ ପୋସ୍କ କୋର୍ଟ । ଅଧିକ ପଢ଼ନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ 20 ବର୍ଷ ସଜା

author img

By ETV Bharat Odisha Team

Published : Jan 17, 2024, 10:06 PM IST

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ 20 ବର୍ଷ ସଜା

ଫୁଲବାଣୀ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି । ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ 10 ହାଜର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା । ଜରିମାନା ଅନାଦୟେ ଅଧିକ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ପୀଡିତା ନାବାଳିକାଙ୍କୁ 11 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ହେଇଛନ୍ତି କୋର୍ଟ ।

ମିଳିଥିବା ସୁଚନା ଅନୁଯାୟୀ, ପୀଡିତା ଜଣେ 16 ବର୍ଷିୟା ନାବାଳିକା । ସେ ଫୁଲବାଣୀର ଫିରିଙ୍ଗିଆ ଥାନା ଅଞ୍ଚଳର । 2019 ମସିହା ଫେବୃଆରୀ ମାସରେ ପୀଡିତାଙ୍କ ପରିବାର ଲୋକେ ବାହାର ଗାଁକୁ ଯାଇଥିବା ବେଳେ ପୀଡିତା ଘରେ ଥିବା ଦୋକାନ ଖୋଲି ବସିଥିଲେ । ଏହି ସମୟରେ ଅଭିଯୁକ୍ତ ଦୁଃଶାସନ ପ୍ରଧାନ ଦୋକାନକୁ ଯାଇ ନାବାଳିକାଙ୍କୁ ବାକିରେ ବିଡି଼ ମାଗିଥିଲେ । ପୀଡିତା ବାକି ଦେବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାପରେ ପୀଡିତା ଦୋକାନରୁ ଘରକୁ ଚାଲିଯିବାରୁ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ପଛେ ପଛେ ଘର ଭିରକୁ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ l ଏହାସହ ଦୁଷ୍କର୍ମ ବିଷୟରେ ଅନ୍ୟ କାହାକୁ କହିଲେ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରି ଦେବେ ବୋଲି ପୀଡିତାଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ ଦୁଃଶାସନ ।

ଏହାପରେ ପୀଡିତା ଅନ୍ୟ ଦିନ ଗାଧୋଇବାକୁ ଯାଇଥିବାବେଳେ ଅଭିଯୁକ୍ତ ଦୁଃଶାସନ ପୁଣି ପୀଡିତାକୁ ଦୁଷ୍କର୍ମ କରିଥିଲା । ଏମିତି ବରମ୍ବାର ଦୁଷ୍କର୍ମ ପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ନାବାଳିକାଙ୍କ ଶରୀର ଅସୁସ୍ଥ ହେବାରୁ ନାବାଳିକା ଜଣଙ୍କ ନିଜ ମାଆଙ୍କୁ ସବୁକଥା କହିଥିଲେ । ନାବାଳିକାଙ୍କ ମାଆ ତାଙ୍କୁ ମେଡିକାଲ ନେଇ ପରୀକ୍ଷା କରିବା ପରେ ସେ 8 ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହାପରେ ପରିବାର ଲୋକେ ଗାଁରେ ଏକ ବୈଠକ ବସାଇଥିଲେ । ଏଥିରେ ଗ୍ରାମବାସୀମାନେ ନାବାଳିକାକୁ ଅଭିଯୁକ୍ତ ତାଙ୍କ ଘରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗ୍ରାମବାସୀଙ୍କ ନିଷ୍ପତ୍ତି ମୁତାବକ ଅଭିଯୁକ୍ତ ଗର୍ଭବତୀ ନାବାଳିକାକୁ ନିଜ ଘରେ ରଖିଥିଲେ । ଏହାପରେ ନାବାଳିକା ଜଣଙ୍କ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ନାବାଳିକାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ

ତେବେ ଏହି ସମୟରେ ତାଙ୍କୁ ଫୁଲବାଣୀ ମେଡିକାଲରେ ରଖାଯାଇଥିଲା । ନାବାଳିକା ନିଜ ଘର ଲୋକଙ୍କୁ ଖବର ଦେଇ ଡକାଇଥିଲେ ଏବଂ ନାବାଳିକାଙ୍କୁ ଅଭିଯୁକ୍ତ ନିଜ ଘରେ ଅତ୍ୟାଚାର କରୁଥିବା ବିଷୟରେ ବାପା ମାଆଙ୍କୁ କହିଥିଲେ । ପରେ ନାବାଳିକାଙ୍କ ବାପା ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ 23.12.2019 ରେ ଥାନାରେ ମାମଲା ରୁଜୁ ହୋଇଥିଲା । ଯାହାର ଆଜି ବିଚାର କରି ଫୁଲବାଣୀ ଏଡିଜେ ପୋସ୍କୋ କୋର୍ଟ ରାୟ ପ୍ରକାଶ କରିଛନ୍ତି । ରାୟରେ ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 10 ହାଜର ଟଙ୍କା ଜରିମାନା ଏବଂ ଜରିମାନା ଅନାଦୟେ ଅଧିକ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ପୀଡିତା ନାବାଳିକାଙ୍କୁ 11 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୂଚନା ଥାଉକି ଅଭିଯୁକ୍ତ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ତାଙ୍କର 4 ଟି ସନ୍ତାନ ଅଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.