ETV Bharat / state

ବାପାକୁ ହତ୍ୟା,ମା'କୁ ଅଧାମରା କଲା ପାଗଳ ପୁଅ - ହତ୍ୟାକାରୀ ପୁଅ

ପାଗଳ ପୁଅର ଉନ୍ମତକାଣ୍ଡ । ନିଜ ବାପାକୁ ପିଟିପିଟି ମାରିବା ସହ ମାଆକୁ ମଧ୍ୟ ଅଧାମରା କରିଛି ପୁଅ । ଗୁରୁତର ଅବସ୍ଥାରେ ମାଆକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର । ଅଧିକ ପଢନ୍ତୁ...

father
ପାଗଳ ପୁଅର ଉନ୍ମତ୍ତକାଣ୍ଡ
author img

By

Published : Jan 13, 2020, 5:12 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକରେ ଅଭାବନୀୟ ଘଟଣା । ବେଲଘର ଥାନା ଅନ୍ତର୍ଗତ ଝିଲିପଡା ଗାଁର ବେଲାରସେନ ନାୟକ ନିଜ ବାପା ଅଜାଧୁ ନାୟକଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି । ମାଆ ଲକ୍ଷ୍ମୀ ନାୟକଙ୍କୁ ମଧ୍ୟ ଅଧାମରା କରିଥିବା ବେଳେ ସେ ଦୌଡି ପଳାଇ ଜୀବନ ବଞ୍ଚାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବାପାକୁ ହତ୍ୟା,ମା'କୁ ଅଧାମରା କଲା ପାଗଳ ପୁଅ

ପୋଲିସ ସୂଚନା ଅନୁଯାୟୀ, ବେଲାରସେନ ପାଗଳ ଥିବାରୁ ସମସ୍ତେ ତାକୁ ଜଗି ରହୁଥିଲେ । ହଠାତ ସେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲା । ପରେ ଧାରୁଆ ଅସ୍ତ୍ର ଧରି ଗାଁ ଲୋକଙ୍କୁ ଦିର୍ଘ ସମୟ ଭୟଭୀତ କରିଥିଲା । ପୋଲିସ ନଆସିବାରୁ ଲୋକେ କୌଶଳ କରି ଧରି ବାନ୍ଧିଥିଲେ ଏବଂ ପରେ ପୋଲିସକୁ ହସ୍ତାନ୍ତର କରିଥିଲେ ।
ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରି ଅଭିଯୁକ୍ତ ପୁଅ ବେଲାରସେନକୁ ଗିରଫ କରିଛି । ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ବେଲଘର ଅଞ୍ଚଳରେ ଅଭାବନୀୟ ଦୁଃଖଦ ଘଟଣା। ବେଲଘର ଥାନା ଅନ୍ତର୍ଗତ ଝିଲିପଡା ଗାଁର ବେଲାରସେନ ନାୟକ ଭିଆଇଛି ଏହି କାଣ୍ଡ । ଶୋଇଥିବା ବେଳେ ପ୍ରଥମେ ବାପା ଅଜାଧୁ ନାୟକଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଇଛି। ମାଆ ଲକ୍ଷ୍ମୀ ନାୟକଙ୍କୁ ଦରମରା କରିଥିବା ବେଳେ ସେ ଦୌଡି ଜୀବନ ବଞ୍ଚାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।Body:ପୋଲିସ୍ ସୂଚନା ଅନୁଯାୟୀ ବେଲାରସେନ୍ ପାଗଳ ଥିବାରୁ ସମସ୍ତେ ଜଗି ରହୁଥିଲେ । ହଠାତ୍ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲା। ପରେ ଧାରୁଆ ଅସ୍ତ୍ର ଧରି ଦିର୍ଘ ସମୟ ଭୟଭିତ କରିଥିଲା ଗାଁ ଲୋକଙ୍କୁ । ପୋଲିସ୍ ନ ଆସିବାରୁ ଲୋକେ କୌଶଳ କରି ଧରି ବାନ୍ଧିଥିଲେ ଏବଂ ପରେ ହସ୍ତାନ୍ତର କରିଥିଲେ ପୋଲିସକୁ।Conclusion:ପୋଷ୍ଟ ମର୍ଟମ୍ ପରେ ଶବ ହସ୍ତାନ୍ତର କରିଛି ପୋଲିସ୍ । ବେଲାରସେନକୁ ଗିରଫ କରିଛି। ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.