ଫୁଲବାଣୀ: ଗତ କିଛିଦିନ ହେଲା ଫିରିଙ୍ଗିଆ ରେଞ୍ଜର ଭେଣ୍ଡରା ପାଲି ନୂଆପଡ଼ା ରାସ୍ତା ଡାଣ୍ଡାସରୁ ପାହାଡ଼ ଘାଟି ରାସ୍ତାରେ ବାଘ ବୁଲୁଥିବା ଆଲୋଚନା ଚାଲିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ତଦନ୍ତ ପରେ ପାଦ ଚିହ୍ନ ବାଘର କି ନୁହେଁ ତଦନ୍ତ କରୁଛି ।
ତେବେ ଏହି ଚିହ୍ନ ଏହା ଅନ୍ୟ କୌଣସି ଛୋଟ ବନ୍ୟ ଜନ୍ତୁ ହୋଇଥାଇପାରେ ବୋଲି କହିଛନ୍ତି ବନ ରଖି ଡ଼ି.ଲଛନିଆ ରେଡ୍ଡୀ l ତଥାପି ସେହି ସ୍ଥାନକୁ ଯାଇ କେଉଁ ଜନ୍ତୁ ବୁଲୁଛି ତାର ଅନୁଧ୍ୟାନ କରାଯିବ ବୋଲି କହିବା ସହ ଜନସାଧାରଣ ଭୟ ଭିତ ନ ହେବାକୁ କହିଛନ୍ତି l