ଫୁଲବାଣୀ: ଗଛରେ ବାନ୍ଧି ଶିଶୁକୁ ଅକଥନୀୟ ନିର୍ଯାତନା ଦେବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି । ଜିଲ୍ଲା ଚାଇଲ୍ଡ ଲାଇନ, ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଟିମ୍ ଶିଶୁଟିକୁ ଘରୁ ଉଦ୍ଧାର କରିଛନ୍ତି । ଶିଶୁଟିକୁ ଉଦ୍ଧାର କରିବା ପରେ ଶିଶୁ କଲ୍ୟାଣ କମିଟି (ସିଡ଼ବ୍ଲୁସିସି)ରେ ହାଜର କରାଯାଇ ଫୁଲବାଣୀ ଗୋପବନ୍ଧୁ ବାଳାଶ୍ରମରେ ରଖାଯାଇଛି ।
ସୂଚନାଅନୁସାରେ, ଜି.ଉଦୟଗିରିରେ ନିଜ ଜନ୍ମକଲା ନିର୍ଦ୍ଦୟ ବାପାମାଆ ଶିଶୁଟିକୁ 4ଘଣ୍ଟା ଗଛରେ ବାନ୍ଧି ରଖିବା ସହ ନିସ୍ତୁକ ମାଡ ମାରି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲେ । ଯାହାର ଭିଡିଓ ପ୍ରସାରଣ ପରେ ଜିଲ୍ଲା ଚାଇଲ୍ଡ ଲାଇନ ଓ ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।
ଡିସିପିୟୁ, ଚାଇଲ୍ଡ ଲାଇନ, ପୋଲିସ ଓ ସିଡବଲୁସିର ମିଳିତ ଦଳ ଜି.ଉଦୟଗିରି ଯାଇ ତଦନ୍ତ କରିଥିଲେ। ପରେ ଶିଶୁକୁ ଉଦ୍ଧାର କରି ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ଥାନାରେ ଏତଲା ଦେଇଥିଲେ ଟିମ୍।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ