ETV Bharat / state

Municipal Election: ଶେଷ ଦିନରେ ଫୁଲବାଣୀରେ ନାମାଙ୍କନ ଭରିଲେ ପ୍ରାର୍ଥୀ - ଓଡିଶା ପୌର ପରିଷଦ ନିର୍ବାଚନ

ପୌର ପରିଷଦ ନିର୍ବାଚନ ଲାଗି ସୋମବାର ଥିଲା ନାମାଙ୍କନପତ୍ର ଦାଖଲର ଶେଷ ଦିନ । ତିନି ପ୍ରମୁଖ ଦଳର କାଉନସିଲର ପ୍ରାର୍ଥୀ ଏବଂ ପୌରାଧ୍ୟକ୍ଷ ପଦବୀ ଲାଗି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Municipal Election:  ଶେଷ ଦିନରେ ଫୁଲବାଣୀରେ ନାମାଙ୍କନ ଭରିଲେ ପ୍ରାର୍ଥୀ

author img

By

Published : Mar 7, 2022, 10:48 PM IST

ଫୁଲବାଣୀ: ପୌର ପରିଷଦ ନିର୍ବାଚନ ଲାଗି ସୋମବାର ଥିଲା ନାମାଙ୍କନପତ୍ର ଦାଖଲର ଶେଷ ଦିନ । ତିନି ପ୍ରମୁଖ ଦଳର କାଉନସିଲର ପ୍ରାର୍ଥୀ ଏବଂ ପୌରାଧ୍ୟକ୍ଷ ପଦବୀ ଲାଗି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେଡି ଦଳର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀ ପରେ କଂଗ୍ରେସର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ଗହଣରେ ଆସି ଉପଜିଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଶେଷରେ ଭାଜପା ପ୍ରାର୍ଥିୀ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଭାଜପାରୁ କିଏ ପୌରାଧ୍ୟକ୍ଷ ପ୍ରାର୍ଥୀ ତାହା ଏପର୍ଯ୍ୟନ୍ତ ଠିକ୍ ଭାବେ ଜଣାପଡିନାହିଁ । ଦୁଇ ଗୋଷ୍ଠୀ ବିବାଦ ମଧ୍ୟରେ ଦୁଇ ଜଣ ପ୍ରାର୍ଥୀ ପୌରାଧ୍ୟକ୍ଷା ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୩ ୱାର୍ଡ ବିଶିଷ୍ଟ ଫୁଲବାଣୀ ପୌର ପରିଷଦ ଲାଗି କାଉନସିଲରରେ ୪୮ ଜଣ ଏବଂ ପୌରାଧ୍ୟକ୍ଷ ପଦବୀ ଲାଗି ୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେହିପରି ବିଜେଡିରୁ ପୁନମ କହଁର, କଂଗ୍ରେସରୁ ସବିତା ମହାନ୍ତି ପୌରାଧ୍ୟକ୍ଷ ପାଇଁ ସ୍ପଷ୍ଟ ହୋଇଥିବା ବେଳେ ଭାଜପା ପକ୍ଷରୁ ସସ୍ମିତା ମହାନ୍ତି ଏବଂ ସ୍ମିତାରାଣୀ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଦଳୀୟ ପ୍ରାର୍ଥୀ ହେବ ତାହା ଜଣା ପଡିନାହିଁ । ଏଥିସହ ମମତା ପାଣ୍ଡେ, ସୁକନ୍ୟା ନାୟକ, ଗୌଉସିଆ ବେଗମ ସ୍ୱାଧିନ ପ୍ରାର୍ଥୀ, ରଶ୍ମିରେଖା ପଟ୍ଟନାୟକ ଆମ ଆଦମୀ ପାର୍ଟି, ଜୋଛନା ମୂଖି ବହୁଜନ ସମାଜ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.