ଫୁଲବାଣୀ: କନ୍ଧମାଳରେ ଭୁସ୍ଖଳନ । କୁମ୍ଭାରୀପଦର ଗ୍ରାମ ନିକଟ ପାହାଡ଼ରେ ଭୁସ୍ଖଳନ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରୀପଦର ଗ୍ରାମ ନିକଟ ପାହାଡ଼ରେ ଭୁସ୍ଖଳନ ହୋଇଛି । ବର୍ଷା ଯୋଗୁଁ ଆଗକୁ ବିପଦ ବଢିବା ଆଶଙ୍କା କରାଯାଉଥିବା ବେଳେ ବ୍ଲକ ପ୍ରଶାସନ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ ତତ୍ପରତା ଦେଖାଇଛି । କୁମ୍ଭାରୀପଦରର ସମସ୍ତ ଗ୍ରାମବାସୀଙ୍କୁ ନିକଟସ୍ଥ ତାମାଙ୍ଗି ଠାରେ ରହିଥିବା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।
କୁମ୍ଭାରୀ ପଦରର ସମସ୍ତ ଗ୍ରାମବାସୀଙ୍କୁ ନିକଟସ୍ଥ ତାମାଙ୍ଗି ଠାରେ ରହିଥିବା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଗ୍ରାମର ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଏକ ବିଦ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଛି । ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ପରିସରରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବୁଧବାର ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର ଭବେଶ ମାଝୀ, ସରପଞ୍ଚ ନବନିତା କପାଟପାତ୍ର ପ୍ରମୁଖଙ୍କ ସହଯୋଗରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କୁମ୍ଭାରୀପଦର ପାଖ ପାହାଡ଼ ଏବେ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ରହିଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି ।
ଏହା ମଧ୍ୟ ପଢନ୍ତୁ: ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ମୃତ ଶିଶୁପୁତ୍ରକୁ ଜନ୍ମ ଦେଇ ଛାତ୍ରୀ ମୃତ
ସୂଚନା ଅନୁଯାୟୀ , ଗତ ଦିନ ମାନଙ୍କରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୁମ୍ଭାରୀପଦର ଗ୍ରାମ ନିକଟରେ ଥିବା ପାହାଡ଼ରେ ଲଗାତାର ଦୁଇ ଥର ଭୁସ୍ଖଳନ ହୋଇଥିଲା । ଏହା ପୂର୍ବରୁ ତିତିଲି ସମୟରେ ମଧ୍ୟ ଏଭଳି ଭୁସ୍ଖଳନ ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହି କିଛି ଦିନ ପୂର୍ବରୁ ଭୁସ୍ଖଳନ ହୋଇଥିବା ଯୋଗୁଁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍ଥାନକୁ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ କୁମାର ଦାସ, ଅତିରିକ୍ତ ତହସିଲଦାର ଭବେଶ ମାଝୀ ବାରମ୍ବାର ଗସ୍ତ କରି ଘଟଣାର ଅନୁଧ୍ୟାନ କରୁଥିଲେ । ଗୁରବାର ଦିନ ମଧ୍ୟ ବିଡ଼ିଓ, ତହସିଲଦାର ସମେତ ଫୁଲବାଣୀରୁ ଏକ ଟିମ୍ କୁମ୍ଭାରୀପଦର ଗ୍ରାମରେ ପହଞ୍ଚି ଭୁସ୍ଖଳନ ସ୍ଥାନର ଅନୁଧ୍ୟାନ କରିଥିଲେ ।
ଇଟିଭି ଭାରତ, କନ୍ଧମାଳ