ETV Bharat / state

ଲାଞ୍ଚ କାରବାର ମାମଲା, ଟ୍ରେଜେରୀ ଆକାଟାଉଟାଣ୍ଟଙ୍କୁ ୩ ବର୍ଷ ଜେଲ - ଟ୍ରେଜେରୀ ଆକାଟାଉଟାଣ୍ଟ ଲାଞ୍ଚ ମାମଲା

ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ସନ୍ତୋଷ କୁମାର ଜେନା ଅଭିଯୁକ୍ତଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

ଟ୍ରେଜେରୀ ଆକାଟାଉଟାଣ୍ଟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Aug 12, 2022, 1:35 PM IST

ଫୁଲବାଣୀ: ଟ୍ରେଜେରୀ ଆକାଉଟାଣ୍ଟଙ୍କୁ 3 ବର୍ଷ ଜେଲ । ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ସନ୍ତୋଷ କୁମାର ଜେନା ଅଭିଯୁକ୍ତଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ 5 ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ 3 ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ସୂଚନାଅନୁସାରେ, ଅଭିଯୁକ୍ତ ଜଣକ ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଟାଣ୍ଟ । ବର୍ତ୍ତମାନ ବାଲିଗୁଡା ସବ ଟ୍ରେଜେରୀ ଅଫିସରେ କାର୍ଯ୍ୟରତ ଥିଲେ ନାରାୟଣ ମଲ୍ଲିକ । ତାଙ୍କର ପ୍ରକୃତ ଘର ଫୁଲବାଣୀ ରୁଜାଙ୍ଗିରେ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳର ବ୍ରଜବିହାରୀ ମେହେର ଜଣେ ଅବସରପ୍ରାପ୍ତ କର୍ମଚାରୀ । ତାଙ୍କର ଅବସର ପରେ ବକେୟା ୫ ଲକ୍ଷ ୭୯ ହଜାର ୮୧୩ ଟଙ୍କା ବାକି ଥିଲା । ସେ ଏ ନେଇ ଟ୍ରେଜେରୀ ଆକାଉଟାଣ୍ଟ ନାରାୟଣଙ୍କୁ ଦେଖା କରିଥିଲେ । ୨୦୧୯ ଅକ୍ଟୋବର ୧୯ରେ ବ୍ରଜବିହାରୀ ମେହେରଙ୍କୁ ଏହି ବକେୟା ଟଙ୍କା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଟ୍ରେଜେରୀ ଆକାଉଟାଣ୍ଟ ନାରାୟଣ । ଏନେଇ ମେହେର ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

କଥାବାର୍ତ୍ତା ଅନୁସାରେ ବ୍ରଜବିହାରୀ ମେହେର ଟଙ୍କା ନେଇ ନାରାୟଣ ମଲ୍ଲିକଙ୍କୁ ଦେଇଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ନାରାୟଣ ମଲ୍ଲିକଙ୍କ ପାଖରୁ ଟଙ୍କା ଜବତ କରି ଗିରଫ କରିଥିଲେ । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭିଭି ରାମଦାସ ମାମଲା ପରିଚାଳନା କରୁଥିଲେ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.