ETV Bharat / state

OPSC exams: ସପ୍ତମ ରାଙ୍କରେ କନ୍ଧମାଳର ଝିଅ ଶୁଭଶ୍ରୀ ରଥ

author img

By

Published : Oct 8, 2022, 12:59 PM IST

OPSC ପରୀକ୍ଷାରେ କନ୍ଧମାଳ ଝିଅ ଶୁଭଶ୍ରୀ ରଥଙ୍କ ସଫଳତା । ୭ ରାଙ୍କରେ ଉତୀର୍ଣ୍ଣ ହୋଇଛନ୍ତି ଶୁଭଶ୍ରୀ । ଅଧିକ ପଢନ୍ତୁ

OPSC exams: ସପ୍ତମ ରାଙ୍କରେ କନ୍ଧମାଳର ଝିଅ ଶୁଭଶ୍ରୀ ରଥ
OPSC exams: ସପ୍ତମ ରାଙ୍କରେ କନ୍ଧମାଳର ଝିଅ ଶୁଭଶ୍ରୀ ରଥ

ଫୁଲବାଣୀ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ(Odisha Civil Service) କନ୍ଧମାଳ ଝିଅର ସଫଳତା । କନ୍ଧମାଳ ଜିଲ୍ଲାର ଶୁଭଶ୍ରୀ ରଥ ଓଏସଏସ ପରୀକ୍ଷାରେ ୭ ରାଙ୍କରେ ରହିଛନ୍ତି । ତାଙ୍କର ଏହି ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ୩ ଥର ପ୍ରଚେଷ୍ଟା ପରେ ସେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାର ବର୍ଗଙ୍କୁ ସେ ଶ୍ରେୟ ଦେଇଛନ୍ତି । ଶୁଭଶ୍ରୀ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ ଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଫାର୍ମାସିଷ୍ଟ ଦୁର୍ଯ୍ୟୋଧନ ରଥ ଓ ସୁମତୀ ରଥଙ୍କ ଝିଅ ହେଉଛନ୍ତି ଶୁଭଶ୍ରୀ । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଭଲ ମାର୍କ ରଖି ମାଟ୍ରିକ ପାସ୍ କରିବା ପରେ ସେ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିଲେ । ଏହାପରେ ଭୁବନେଶ୍ବର ଓଡିଶା କୃଷି ବିଶ୍ବବିଦ୍ୟାଳୟରେ ମତ୍ସ୍ୟ ବିଜ୍ଞାନ ବିଭାଗରେ ଅଧ୍ୟୟନ କରିଥିଲେ । ଏବେ ସ୍ବାସ୍ଥ୍ୟ ବିଭାଗରେ ଡାଟା ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି ଶୁଭଶ୍ରୀ । ଓଏଏସ ପରୀକ୍ଷାରେ କୃତିତ୍ବ ହାସଲ କରିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପରିବାରର ପ୍ରେରଣା ସହ ନିଷ୍ଠା ଓ ଅଧ୍ୟବସାୟ ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କହିବା ସହିତ ଆଗକୁ ମଧ୍ୟ ଏହା ବଜାୟ ରଖିବେ ବୋଲି ସେ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଦ୍ବିତୀୟ OCS ଟପ୍ପର ଶୁଭଙ୍କରୀ ସୁଦେଷ୍ଣା ଦାସଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମ ତିନି ସ୍ଥାନରେ ରହିଛନ୍ତି ଛାତ୍ରୀ । ତେଜସ୍ବିନୀ ବେହେରା ଓଏଏସ (OAS) ଟପ୍ପର ହୋଇ ଥିବାବେଳେ ଦ୍ବିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାସ ଓ ତୃତୀୟ ସ୍ଥାନରେ ଅନନ୍ୟା ଶ୍ରିଷ୍ଠି ଶତପଥୀ ରହିଛନ୍ତି । ପରୀକ୍ଷାରେ ମୋଟ୍‌ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଛନ୍ତି । ଟପ୍ ୧୦ ରାଙ୍କରେ ୭ ଜଣ ଝିଅ ରହିଥିବାବେଳେ ୩ ଜଣ ପୁଅ ରହିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.