ETV Bharat / state

ପୋଲିସ-ମାଓ ମୁହାଁମୁହିଁ: ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ମୃତ

author img

By

Published : Jul 24, 2020, 10:43 AM IST

Updated : Jul 24, 2020, 10:49 AM IST

ମାଓବାଦୀ ପୋଲିସ ଗୁରୁବାର ମୁହାଁମୁହିଁ ହୋଇଥିଲେ। ଏହି ଏନକାଉଣ୍ଟରରେ ମାଓବାଦୀ କମାଣ୍ଡର ଦଶ୍ରୁ ନିହତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ମାଓବାଦୀ-ପୋଲିସ ଏନକାଉଣ୍ଟରେ ନକ୍ସଲ କମାଣ୍ଡର ମୃତ

ଫୁଲବାଣୀ: ଜିଲ୍ଲାର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ମାଓବାଦୀ-ପୋଲିସ ଗୁରୁବାର ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ପ୍ରାୟ ୧୦୦ ରାଉଣ୍ଡରୁ ଅଧିକ ଗୁଳି ଚାଲିଥିଲା। ପରେ ସର୍ଚ୍ଚ ଅପରେସନରେ 2ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି।

ମାଓବାଦୀ-ପୋଲିସ ଏନକାଉଣ୍ଟର: ନକ୍ସଲ କମାଣ୍ଡର ମୃତ

ତେବେ ମୃତ ମାଓବାଦୀ କମାଣ୍ଡର ଦଶ୍ରୁ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଅନ୍ୟ ଜଣକ ମମତା ହୋଇଥିଵା ସୁତ୍ର କହୁଥିବା ବେଳେ ପୋଲିସ ସ୍ପଷ୍ଟ କରି ନାହିଁ।

ଚଳିତ ମାସରେ ଏହି ଅଞ୍ଚଳରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଏହା ୩ୟ ଏନକାଉଣ୍ଟର। ଏବେ ସୁଦ୍ଧା ମୋଟ 7ଜଣ ମାଓବାଦୀ ନିହତ ହେଲେଣି। ତେବେ ଗୁରୁବାର ଏନକାଉଣ୍ଟରରେ ଏସଓଜି ଏବଂ ଡିଭିଏଫ ଯବାନ ସାମିଲ ଥିଲେ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jul 24, 2020, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.