କନ୍ଧମାଳ: କୋରୋନାକୁ ନେଇ ସବୁଠି କଟକଣା । ସଂକ୍ରମଣ ନ ବ୍ୟାପିବା ପାଇଁ ସରକାର ଜାରି କରିଛନ୍ତି ଲକଡାଉନ । ହେଲେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ କୋରୋନା କଟକଣାର ଅଜବ ଚିତ୍ର ଦେଖିବାକୁ ମିଳିଛି । ସହରରେ ଅନେକ ସ୍ଥାନରେ ଲୋକେ ମାସ୍କ ନ ପିନ୍ଧି ବୁଲୁ ଥିବା ଦେଖିବାକୁ ମିଳିଛି ।
ଯଦି ମୁଖ୍ୟ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ତେବେ, ଗଳିକନ୍ଦି କଥା ପଚାରେ କିଏ । ସେହିପରି ଲୋକେ ମନ ଇଛା ରାସ୍ତାରେ ଛେପ ପକାଉଛନ୍ତି । ମହାମାରୀ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଏଠି କିନ୍ତୁ ସବୁ ନିୟମକୁ ଫୁ କରିଛନ୍ତି ସାଧାରଣ ଲୋକେ । ସେପଟେ, ପୋଲିସ ଗୀତଗାଇ ସାଧାରଣ ଲୋକଙ୍କୁ ସଚେତନ କରାଉଛି । ହେଲେ ଲୋକେ ଏହି ନିୟମକୁ ମାନୁ ନାହାଁନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ