ETV Bharat / state

Municipal Election: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା କଂଗ୍ରେସ - କଂଗ୍ରେସର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ

କଂଗ୍ରେସର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ । ଆଗକୁ ପୌର ନିର୍ବାଚନ ଥିବାରୁ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ଅଧିକ ପଢ଼ନ୍ତୁ

publication of manifesto by congress for municipal election
Municipal Election: କଂଗ୍ରେସର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ
author img

By

Published : Mar 18, 2022, 9:26 AM IST

ଫୁଲବାଣୀ: କଂଗ୍ରେସର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ । ଚଳିତ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ଏଥିରେ ସରକାରଙ୍କ ପକ୍ଷରୁ ରାଜ୍ୟରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ ଯୋଜନା ବିଷୟରେ ଉଲ୍ଲେଖ ରହିଛି ।

Municipal Election: କଂଗ୍ରେସର ପୌର ନିର୍ବାଚନ ଇସ୍ତାହାର ପ୍ରକାଶ

କଂଗ୍ରେସ ଦ୍ବାରା ପ୍ରକାଶିତ ଏହି ଇସ୍ତାହାରରେ ଫୁଲବାଣୀ ସହରର ବିକାଶ କରିବା ସହ ଜବର ଦଖଲ ମାମଲାର ସ୍ଥାୟୀ ସମାଧାନ କରିବା ନେଇ କଂଗ୍ରେସର ମୂଳ ଲକ୍ଷ୍ୟ ରଖିଥିବା ଦଳ ପକ୍ଷରୁ କୁହାଯାଇଛି । ଏଥିସହ ପ୍ରତି ୱାର୍ଡରେ ବିଜୁଳି, ପାନୀୟ ଜଳର ସମାଧାନ କରିବା ଓ ବିଭିନ୍ନ ସମସ୍ୟାକୁ ମୁଦ୍ଦା କରିଛି କଂଗ୍ରେସ । ଜିଲ୍ଲାରେ ଏବେ ପୂର୍ବ ଅପେକ୍ଷା କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

ଫୁଲବାଣୀ ପୌରପରିଷଦରେ କଂଗ୍ରେସ ଅଧ୍ୟକ୍ଷ ପଦ ହାତେଇବ ବୋଲି ଅନାମ ଦୃଢୋକ୍ତି ପ୍ରକାଶ କରିଛନ୍ତି l ପ୍ରେସକ୍ଲବ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ଜିଲ୍ଲା କଂଗ୍ରେସ ଡିଜିଟାଲ ଶାଖା ଅଧ୍ୟକ୍ଷ ନନ୍ଦ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ l

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.