ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନ ଶିକ୍ଷକଙ୍କୁ ବର୍ଷେ ଜେଲ୍‌

ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବେଲଘର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଡୁକିଶୋର ସାହୁଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଦୌରାଜର୍ଜ । ଅଧିକ ପଢନ୍ତୁ

ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ପ୍ରଧାନଶିକ୍ଷକ, ୧ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଦୌରାଜର୍ଜ

author img

By

Published : Jan 8, 2022, 12:24 PM IST

ଫୁଲବାଣୀ: ସ୍କୁଲ ଛାତ୍ରୀଙ୍କୁ ବ୍ୟକ୍ତିଗତ କାମରେ ନିୟୋଜିତ କରିବା ସହ ଅଶାଳୀନ ଆଚରଣ କରିବା ପ୍ରଧାନ ଶିକ୍ଷକଙ୍କୁ ପଡିଲା ମହଙ୍ଗା । ଜିଲ୍ଲାର ବେଲଘର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଡୁକିଶୋର ସାହୁ ସ୍କୁଲର ୨ ନାବାଳିକା ଛାତ୍ରୀଙ୍କୁ ଏପରି କରୁଥିବା ଅଭିଯୋଗର ବିଚାର କରି ରାୟ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋକୋର୍ଟର ବିଚାରପତି । ୧ ବର୍ଷ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ପୋକ୍ସୋକୋର୍ଟର ବିଚାରପତି ତଥା ଅତିରିକ୍ତ ଦୌରାଜର୍ଜ ଭାସ୍କରଚନ୍ଦ୍ର ସାହୁ । ଜରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକଲୁ ପଡିବ ବୋଲି ମଧ୍ୟ କୁହାଯାଇଛି ।

ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ପ୍ରଧାନଶିକ୍ଷକ, ୧ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଦୌରାଜର୍ଜ

ସୂଚନା ଅନୁସାରେ, ନାବାଳିକା ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିବା ସହିତ ସେମାନଙ୍କୁ ଅଶାଳୀନ ଆଚରଣ କରିବା ନେଇ ତୁମୁଡିବନ୍ଧ ବ୍ଳକ W.E.O ମାଗୁଣି ଚରଣ ପ୍ରଧାନଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରୀ । ଅଭିଯୋଗକୁ ଭିତ୍ତି କରି W.E.O ବେଲଘର ଥାନାରେ ଏ ନେଇ ଅଭିଯୋଗ କରିବା ପରେ ତୁମୁଡିବନ୍ଧ ଥାନା ପୋଲିସ ଏକ ମାମଲା ରୁଜୁ କରି ଧାନ ଶିକ୍ଷକଙ୍କୁ କୋର୍ଟରେ ହାଜର କରାଇଥିଲା । ଗତକାଲି ଏହି ମାମଲାର ଶୁଣାଣି କରି ବିଚାରପତି ଏହି ରାୟ ଶୁଣାଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.