ETV Bharat / state

ସୂତାରେ ଗଣ୍ଠିପକା କାମ ଦେଇ ଲୁଟିନେଲେ ୨ କୋଟି

author img

By

Published : Nov 21, 2021, 8:49 AM IST

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସୂତାରେ ଗଣ୍ଠିପକା କାମଦେଇ ୨ କୋଟିରୁ ଅଧିକ ଲୁଟ୍ । ଅଧିକ ପଢନ୍ତୁ

ସୂତାରେ ଗଣ୍ଠିପକା କାମ ଦେଇ ଲୁଟୁନେଲେ ୨ କୋଟି
ସୂତାରେ ଗଣ୍ଠିପକା କାମ ଦେଇ ଲୁଟୁନେଲେ ୨ କୋଟି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ୨ କୋଟିରୁ ଅଧିକ ଲୁଟ୍ ଅଭିଯୋଗ । ଭୁବନେଶ୍ୱରରୁ ଆସିଥିବା କିଛି ଲୋକ ନିଜକୁ ପ୍ରାଥମିକ ବୁଣାକାର ସମବାୟ ସମିତିର ପରିଚାଳନା ପରିଷଦର ଅଧିକାରୀ କହି ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଗ୍ରୁପ୍‌ ଠାରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ।

ସୂତାରେ ଗଣ୍ଠିପକା କାମ ଦେଇ ଲୁଟୁନେଲେ ୨ କୋଟି

ପାଖା ପାଖି 280 ଟି ଗ୍ରୁପରୁ 2 କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଲୁଟି ନେଇଛନ୍ତି । ମହିଳାଙ୍କୁ ବୁଣାକାର ସମବାୟ ସମିତିରେ ନିଯୁକ୍ତି ସହ ବିଭିନ୍ନ ସହାୟତା ଯୋଗାଇଦେବେ କହି ଏହିସବୁ ଟଙ୍କା ଠକି ନେଇଛି ଠକ ସଂସ୍ଥା । ଯେଉଁଠି ନିଯୁକ୍ତି ପରେ ମହିଳାଙ୍କ ପିଛା ମାସିକ ଦରମା ୧୧ ହଜାର ସହ ନୂଆ ସ୍କୁଟି, ଶାଢ଼ୀ, ମୋବାଇଲ ଆଦି ପ୍ରଲୋଭନ ଦେଖୋଇ ଠକି ନେଇଥିବା ଅଭିଯୋଗ ହୋଇଛି । ଗୋଟିଏ ଗୋଟିଏ ଗ୍ରୁପର ସଭାପତି ଓ ସମ୍ପାଦକଙ୍କ ଠାରୁ ଗ୍ରୁପ ଗଠନ ପାଇଁ ୧୦୦୦ ଟଙ୍କା, ବାଇକର ଇନ୍ସ୍ୟୁରାନ୍ସ ବାବଦକୁ ୧୫ ହଜାର ଟଙ୍କା, ସାର୍ଟିଫିକେଟ ପ୍ରଦାନ ପାଇଁ ୯ ହଜାର ୬ ଶହ ଟଙ୍କା ଓ ପାସବୁକ୍‌ ଖୋଲିବା ପାଇଁ ୧୫ ଶହ ଟଙ୍କା ନେଇଛନ୍ତି । ଏତତ୍ ବ୍ୟତୀତ ମହିଳାଙ୍କୁ ସୂତାରେ ଗଣ୍ଠି ପକାଇବା କାମ ଦେଇଥିଲେ । ଯେଉଁ ଗ୍ରୁପ ଯେତେ ସୂତାରେ ଗଣ୍ଠି ପକାଇବ ସେହି ଅନୁଯାୟୀ ଟଙ୍କା ପାଇବ । ଏହା ବାବଦକୁ ମଧ୍ୟ କିଛି ମହିଳାଙ୍କୁ ପ୍ରଥମେ ପ୍ରଥମେ ମାସିକ ଟଙ୍କା ମଧ୍ୟ ଦେଇଥିଲା ଠକ ସଂସ୍ଥା ।

ତେବେ ଧିରେ ଧିରେ ମହିକାଙ୍କୁ ଏଭଳି ପ୍ରଲୋଭନ ଦେଖାଇ ଗୋଟିଏ ପରେ ଗୋଟିଏ ମହିଳା ଗ୍ରୁପକୁ ଫାସରେ ପକାଇ ଥିଲା ଠକ ସଂସ୍ଥା । ଅନ୍ୟପଟେ ମହିଳାଙ୍କ ଠାରୁ ଯେଉଁସବୁ ଟଙ୍କା ଠକି ନେଇଛନ୍ତି, ତା'ର କିଛି ପ୍ରମାଣ ରଖିନାହାନ୍ତି ମହିଳାମାନେ । କେବଳ ମହିଳାଙ୍କୁ ଗୋଟିଏ ଗୋଟିଏ ସାର୍ଟିଫିକେଟ ଦିଆଯାଇଛି । ଯାହାର କି କୌଣସି ମୂଲ୍ୟ ହିଁ ନାହିଁ । କେବଳ ବୁଣାକାର ନାଁରେ ଜାଲ୍ ସାର୍ଟିଫିକେଟ ଦିଆଯାଇଛି । ଆଉ କିଛି ମହିଳାଙ୍କୁ ମୋବାଇଲ ମଧ୍ୟ ଯୋଗାଇ ଦିଆଯାଇଛି । ମହିଳାଙ୍କୁ ଏଭଳି ପ୍ରଲୋଭିତ କରିଛନ୍ତି ଠକ ସଂସ୍ଥା । ଏନେଇ ମହିଳାମାନେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ସହ ଟଙ୍କା ଠକି ନେଇଥିବା ଠକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକଗୁଡ଼ିକରୁ 1000 ରୁ ଊର୍ଦ୍ଧ୍ବ ସ୍ୱୟଂ ସହୟକ ଗୋଷ୍ଠୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଛି ଠକ ସଂସ୍ଥା । ଏନେଇ କୌଣସି ଲିଖତ ଅଭିଯୋଗ ହୋଇନାହିଁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.