ETV Bharat / state

ଅଧ୍ଯୁଷିତ ଗାଁ'ର ଅଭିମନ୍ୟୁ, ଚକ୍ରବ୍ୟୁହରୁ ବାହାରି ଭେଦିଲେ ଲକ୍ଷ୍ୟ

author img

By

Published : Oct 11, 2019, 2:33 PM IST

ଆଦିବାସୀ ଇଲାକାରୁ ଇସ୍ରୋ । ସିମ୍ବାଲି ଗାଁରୁ ଶ୍ରୀହରିକୋଟା ଯାତ୍ରା । ସହଜ ନଥିଲା, ତଥାପି ଅଭାବ ଅସୁବିଧାକୁ ଅଣଦେଖା କରି ବିଜ୍ଞାନଙ୍କୁ ଜିଣିଛନ୍ତି ଅଭିମନ୍ୟୁ ମଲ୍ଲିକ । ହୋଇଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ।

ଡିଜାଇନ ଫଟୋ

ଫୁଲବାଣୀ: ପଙ୍କରେ ପଦ୍ମ । ଆଦିବାସୀ ଇଲାକାରୁ ଇସ୍ରୋ । ସିମ୍ବାଲି ଗାଁରୁ ଶ୍ରୀହରିକୋଟା ଯାତ୍ରା । ସହଜ ନଥିଲା, ତଥାପି ଅଭାବ ଅସୁବିଧାକୁ ଅଣଦେଖା କରି ବିଜ୍ଞାନଙ୍କୁ ଜିଣିଛନ୍ତି ଅଭିମନ୍ୟୁ ମଲ୍ଲିକ । ହୋଇଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

5 କିଲୋମିଟର ଚାଲିଲେ ପଡେ କନ୍ଧମାଳର ଏହି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ । ଖାଲ, ଢିପ ପଥର ରାସ୍ତା । ଚାରି ଆଡେ ଘଞ୍ଚ ଜଙ୍ଗଲ । ଗାଁରେ ମାତ୍ର 15ଟି ନୁଆଁଣିଆ ଘର । ପାଠ କହିଲେ ପଞ୍ଚମ। ଆଗକୁ ପଢିବାକୁ ହେଲେ ଯିବାକୁ ପଡିବ 20 କିଲୋମିଟର ଦୂର ରଣାପାଟୁଲି ଆଶ୍ରମ ସ୍କୁଲ । ଏଭଳି ସଂଘର୍ଷ ଭିତରେ ନିଜ ସ୍ବପ୍ନ ପୂରଣ କରିଛନ୍ତି ଅଭିମନ୍ୟୁ ।

ଅଭିମନ୍ୟୁଙ୍କ ଜୀବନ ଯାତ୍ରା ଯେତିକି ହୃଦୟସ୍ପର୍ଶୀ ସେତିକି ପ୍ରେରଣାଦାୟୀ । ନିଷ୍ଠା, ଉଦ୍ୟମ ଓ କଠିନ ପରିଶ୍ରମ ଯେ ସଫଳତାର ଚାବିକାଠି ତାହାର ଜ୍ବଳନ୍ତ ଉଦାହରଣ ଅଭିମନ୍ୟୁ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଅନେକ ଦୁର୍ଗମ ଅପହଞ୍ଚ ଗାଁ। ସରକାରୀ ହିସାବ କହେ 500ରୁ ଅଧିକ ଦୁର୍ଗମ ଗାଁ ରହିଥିବା କଥା। ସେମିତି ଏକ ଗାଁ ଚକାପାଦ ବ୍ଲକର ସିମ୍ବାଲି ଗାଁ। 5 ପାହାଡ଼ ଡେଇଁଲେ ଆସେ ଗାଁ। ଦୀର୍ଘ 5 କିଲୋମିଟର ରାସ୍ତାର ଅବସ୍ଥା ନ କହିବା ଭଲ । ଏମିତି ଏକ ଗାଁ କିନ୍ତୁ ଦେଶ ତଥା ବିଶ୍ୱର ଅନ୍ୟତମ ମହାକାଶ ଗବେଷଣା ସଂସ୍ଥାରେ ଦେଇଛି ଜଣେ ବୈଜ୍ଞାନିକ। ଗରିବ ଆଦିବାସୀ ଚାଷୀ ପରିବାରର ଅଭିମନ୍ୟୁ ମଲିକଙ୍କ ଗାଁରୁ ଈଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ।

Body:ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ 500ରୁ ଅଧିକ ଦୁର୍ଗମ ଗାଁ। ସେମିତି ଏକ ଗାଁ ଚକାପାଦ ବ୍ଲକ୍ର ସିମ୍ବାଲି ଗାଁ। ଲାଇନପଡାରୁ ଦିର୍ଘ ପାଞ୍ଚ କିଲୋମିଟର ରାସ୍ତା ମରଣଜନ୍ତ। । ଗାଁରେ 15 ଆଦିବାସୀ ପରିବାର। ରହିଛି ଏକ ସ୍କୁଲ। ପାଞ୍ଚଟି ପାହାଡ଼ ଡେଇଁ ଗାଁକୁ ଆସିବାକୁ ହୁଏ। ଆମେ ପହଂଚିବା ବେଳେ ପ୍ରବଳ ବର୍ଷା। ରାସ୍ତା ଧୋଇହୋଇଯିବା ସହିତ ଦୁର୍ଗମ ଇଲାକାର ଲୋକଙ୍କ ନିତିଦିନିଆ ସଂଘର୍ଷ ମନେପକାଇଦିଏ। ଲୋକେ ଲାଇନପଡାରୁ ଚାଲି ଚାଲି ଯାଆନ୍ତି ଗାଁକୁ। ସରକାରୀ ଅବହେଳା ପାଇଁ ଭୋଟ ରାଜନୀତିକୁ ଧିକ୍କାର କରନ୍ତି। ବୁନିଆଦି ସୁବିଧା ବିନା ଯେମିତି ଜୀବନ ସବୁଦିନେ ସଂଘର୍ଷମୟ। ଗାଁ ରେ ଦୁଇ ଧାଡ଼ିଆ ନୁଆଁଣିଆ ଘର।ସବୁ ପ୍ରାୟତଃ ଚାଳ ଅବା ଆଜବେଷ୍ଟସ ପଡିଥିବା ଘର । ଏମିତି ଏକ ଘରେ ଇସ୍ରୋ ବୈଜ୍ଞାନିକ ଅଭିମନ୍ୟୁଙ୍କ ଘର। ଏମିତି ଗାଁରୁ 5ମ ଯାଏଁ ପଢିବା ପରେ 20 କିଲୋମିଟର ଦୂର ରଣାପାଟୁଲି ଆଶ୍ରମ ସ୍କୁଲରେ ପଢ଼ନ୍ତି ଅଭିମନ୍ୟୁ। ପାଠ ଅଧାରୁ ସେଥିପାଇଁ ଅନେକ ଛାଡି ଦିଅନ୍ତି ବୋଲି କୁହନ୍ତି ।
ବାଇଟ(୧) ଅଭିମନ୍ୟୁ ମଳିକ,ଇସ୍ରୋ ବୈଜ୍ଞାନିକ
(୨) ସ୍ଥାନୀୟ ବାସିନ୍ଦା( ବୁଢୀ ମହିଳା),ଶେଷରେ ଅଛି
(୩) ସ୍ଥାନୀୟ ବାସିନ୍ଦା
ଅଭିମନ୍ୟୁଙ୍କ ପରିବାରରେ ଖୁସିର ଲହରୀ ରହିଛି। ତାଙ୍କ ପରିବାରର ଭାଗ୍ୟ ପରିବର୍ତନ ହୋଇଯାଇଛି। ଗାଁ କିନ୍ତୁ ଏମିତି ଦୁର୍ଗମ ରହିଛି।
ଆଜି ମଧ୍ୟ ନିଜ ଭାଇ ,ପୁଅ ର ପୂର୍ବ ଦିନର ସଂଘର୍ଷ କଥା ମନେ ପକାଉଛନ୍ତି ।
(୪) ଅଭିମନ୍ୟୁଙ୍କ ମା
(୫) ଅଭିମନ୍ୟୁଙ୍କ ଭଉଣୀ
ଅପହଞ୍ଚ ଅଂଚଳର କଥା ସରକାର ଭୁଲି ଯାଉଛନ୍ତି। ବହୁ କଷ୍ଟରେ କିଛି ପ୍ରତିଭା ସଫଳତା ପାଉଛନ୍ତି କିନ୍ତୁ ଅନେକ ବୁନିଆଦି ସୁଯୋଗ ଅଭାବରୁ ରହିଯାଉଛନ୍ତି ଏମିତି ଦୁର୍ଗମ ଗାଁରେ।

Conclusion:ଅପହଞ୍ଚ ଅଂଚଳର କଥା ସରକାର ଭୁଲି ଯାଉଛନ୍ତି। ବହୁ କଷ୍ଟରେ କିଛି ପ୍ରତିଭା ସଫଳତା ପାଉଛନ୍ତି କିନ୍ତୁ ଅନେକ ବୁନିଆଦି ସୁଯୋଗ ଅଭାବରୁ ରହିଯାଉଛନ୍ତି ଏମିତି ଦୁର୍ଗମ ଗାଁରେ।
କନ୍ଧମାଳ ଜିଲ୍ଲା ସିମ୍ବାଲି ଗାଁରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.