ETV Bharat / state

'ସଫଳତା ପରେ ନିଜ ଗାଁରେ ସମ୍ମାନିତ ହେବା ଅନୁଭୂତି ସର୍ବଦା ନିଆରା'

author img

By

Published : Oct 13, 2019, 3:50 AM IST

କନ୍ଧମାଳ ଜିଲ୍ଲାର ଇସ୍ରୋ ଶ୍ରୀହରିକୋଟାରେ ବୈଜ୍ଞାନିକ ହୋଇଥିବା ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକଙ୍କ ଖବର ଇଟିଭି ଭାରତରେ ପ୍ରଥମେ ପ୍ରସାରିତ ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରୁ ଇସ୍ରୋ ଶ୍ରୀହରିକୋଟାରେ ବୈଜ୍ଞାନିକ ହୋଇଥିବା ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକଙ୍କ ଖବର ଇଟିଭି ଭାରତରେ ପ୍ରଥମେ ପ୍ରସାରିତ ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବା ବେଳେ ସାଂସଦ ମଧ୍ୟ ତାଙ୍କର ଦୃଢ ମନୋବଳ ଓ ସଂକଳ୍ପକୁ ପ୍ରଶଂସା କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ତେବେ ନିଜ ଜନ୍ମ ମାଟିରେ ତାଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । କୁସୁମେଣ୍ଡି ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ବିଭିନ୍ନ ଗ୍ରାମର ଶତାଧିକ ଲୋକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେବା ସହିତ ଲାଇନପଡା ପରିକ୍ରମା କରାଇଥିଲେ । ସ୍ଥାନୀୟ ଯୁବକ ସଂଘ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ତାଙ୍କ ବାପାଙ୍କ ପରିଶ୍ରମ ସବୁବେଳେ ତାଙ୍କୁ ପ୍ରେରଣା ଦେଇଛି ବୋଲି ଅଭିମନ୍ୟୁ କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରୁ ଇସ୍ରୋ ଶ୍ରୀହରିକୋଟାରେ ବୈଜ୍ଞାନିକ ହୋଇଥିବା ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକଙ୍କ ଖବର ଈଟିଭି ଭାରତରେ ପ୍ରଥମେ ପ୍ରସାରିତ ହେବା ପରେ ଶୁଭେଚ୍ଛା ର ସୁଅ ଛୁଟିଛ । ଅନ୍ଯ ଗଣମାଧ୍ୟମ ମଧ୍ୟ ଏହି ଖବରକୁ ଗୁରୁତ୍ୱର ସହିତ ନେଇଛନ୍ତି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବା ବେଳେ ସାଂସଦ ମଧ୍ୟ ତାଙ୍କର ଦୃଢ ମନବଳ ଓ ସଂକଳ୍ପକୁ ପ୍ରଶଂସା କରିଛନ୍ତି । ତେବେ ନିଜ ଜନ୍ମ ମାଟିରେ ତାଙ୍କୁ ଆଜି ଦିଆଯାଇଛି ଉଛ୍ବସିତ ସମ୍ବର୍ଦ୍ଧନା । Body:କୁସୁମେଣ୍ଡି ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ବିଭିନ୍ନ ଗ୍ରାମର ଶତାଧିକ ଲୋକ ଓ ମାନ୍ଯଗଣ୍ଯ ବ୍ୟକ୍ତି ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେବା ସହିତ ଲାଇନପଡା ପରିକ୍ରମା କରାଇଥିଲେ । ସ୍ଥାନୀୟ ଯୁବକ ସଂଘ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବାପାଙ୍କ ପରିଶ୍ରମ ମୋତେ ସବୁବେଳେ ପ୍ରେରଣା ଦେଇଛି ବୋଲି କହିଥିଲେ ସଭାରେ।
ବାଇଟ୍(1) ଅଭିମନ୍ୟୁ ମଲ୍ଲିକ,ଇସ୍ରୋ ବୈଜ୍ଞାନିକ Conclusion:ନିଜ ଗାଁ ରାଇଜରେ ସମ୍ମାନ ନିଆରା ଅନୁଭୂତି ଦେଇଥାଏ ନିଶ୍ଚୟ ।
କନ୍ଧମାଳରୁ ସଦାଶିବ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.